ଆଜିଠୁ ଚଳଚଞ୍ଚଳ ହେଲା ସ୍କୁଲ : ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିଲା

0
726
schools-in-odisha-to-remain-closed-from-tomorrow-till-april-30th-

ଭୁବନେଶ୍ୱର: ଆଜିଠୁ ଖୋଲିଲା ସ୍କୁଲ । ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଆସିଛନ୍ତି । ଆହୁରି ବଢ଼ିଛି କୋଳାହଳ । ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲକୁ ଆସି ଛାତ୍ରଛାତ୍ରୀମାନେ ବେଶ ଖୁସି ଅଛନ୍ତି ।

ଆଜିଠୁ ଷଷ୍ଠ, ସପ୍ତମ ଖୋଲିଥିବା ବେଳେ ଏବେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କର ଅଫ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ଅବଶିଷ୍ଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ କ୍ଲାସ୍‌ ଖୋଲିନି। ତେଣୁ ପରବର୍ତ୍ତୀ ସମୟରେ ଉକ୍ତ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।

ପୂର୍ବରୁ ଅଷ୍ଠମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଖୋଲିଥିବା ବେଳେ ଆଜିଠୁ ସ୍କୁଲ ଆସିଛନ୍ତି ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା। ସକାଳ ସାଢେ ୯ଟାରେ ଆରମ୍ଭ ହୋଇଛି କ୍ଲାସ୍ । କରୋନା କଟକଣା ଭିତରେ ଖୋଲୁଛି ସ୍କୁଲ । ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ମିଳିଛି, ତେଣୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ପିଲାମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେପଟେ କୋଭିଡ୍ ମୁକ୍ତ ପାଠପଢ଼ା ଲାଗି ସ୍କୁଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ହାତ ଧୋଇବାକୁ ପାଣିର ବ୍ୟବସ୍ଥା ହୋଇଛି । ସାନିଟାଇଜର ବି ରଖାଯାଇଛି । କୋଭିଡ୍ ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାଘାତ ହୋଇଛି। ଅନଲାଇନ୍‌ କ୍ଲାସ୍ ସେତେଟା ପ୍ରଭାବି ହୋଇପାରିନି । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି । ପ୍ରତିଦିନ ସାନିଟାଇଜ୍ ହେଉଛି ସ୍କୁଲ କ୍ୟାମ୍ପସ୍ । ତେଣୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାରେ କୌଣସି ସମସ୍ୟା ହେବନି ବୋଲି ଆଶା କରାଯାଉଛି । କୋଭିଡ୍ ଆତଙ୍କ କମୁଥିବାରୁ ଧୀରେ ଧୀରେ ଖୋଲୁଛି ସ୍କୁଲ ଏବଂ ପିଲାଙ୍କ ପାଠପଢା ସ୍ୱାଭାବିକ ହେଉଛି ।

 

Also Read  ଡିସେମ୍ବର 15 ରୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ନାହିଁ: ଓମିକ୍ରନ୍ ଭାରିଆଣ୍ଟ କାରଣରୁ ନିଆଗଲା ଏପରି ନିଷ୍ପତ୍ତି