ଆଜି ପବିତ୍ର ମାଘ ସପ୍ତମୀ : ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ

0
1168

ପୁରୀ : ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ । ଜିଲ୍ଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପଡିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଗତକାଲି ଅପରାହ୍ନ  ୪ ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ପରମ୍ପରା ଅନୁଯାୟୀ, ପବିତ୍ର ଷଷ୍ଠୀ ରାତ୍ରି ୯ଟା ୩୦ରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଆଦି  ତିନି ଠାକୁର  ବିମାନ ବିଜେ କରିଥିଲେ। ଏହାପରେ ରାତି ୧୨ଟା ୩୦ ମଧ୍ୟରେ କୋଣାର୍କ ଏନଏସିଠାରେ ଏହି ୩ ଠାକୁର ଏକତ୍ର ଭୋଗ ଖାଇଥିଲେ । ଏହାପରେ ପାରମ୍ପରିକ ଶୋଭାଯାତ୍ରାରେ ଭୋର ୩ଟା ୪୦ ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ଭୋର ୪ଟା୨୦ରେ ପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୀତିକାନ୍ତି ସହ ଜଡିତ ସେବକ ଓ ସାଧୁସନ୍ଥ ବୁଡ ପକାଇଥିଲେ ।

ପୁରାଣ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ବୁଡ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଥାନ୍ତି

Also Read  Smart India Hackathon 2017, of Ministry of HRD, an innovative step towards new India: CMD NALCO