ଆଜି ରଥ ଖଳାରେ ପୂଜା ହେବ ରଥ କାଠ

0
323

ପୁରୀ: ଆଜି ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାର ପ୍ରଥମ ପର୍ବ । ଶ୍ରୀ ପଞ୍ଚମୀ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି । ଏଥିସହିତ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥ ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ ।

ପରମ୍ପରା ଅନୁସାରେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ । ରାଜପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ପୂଜାର୍ଚ୍ଚନା କରାଯିବ ।  ଏନେଇ ରଥ ଖଳାକୁ ପରିସ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯାଇଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଗତ ୨ ତାରିଖରେ ୬୩ ଖଣ୍ଡ କାଠ ଆସି ସାରିଛି । ଅକ୍ଷୟ ତୃତୀୟାରେ ରଥଖଳାରେ ରଥ ନିର୍ମାଣ ଅନୁକୁଳ କରାଯିବ । ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି ।

Also Read  ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ.....

LEAVE A REPLY

Please enter your comment!
Please enter your name here