ନୂଆଦିଲ୍ଲୀ : ଆରଏସଏସ୍ର ମୁଖ୍ୟାଳୟ ଓ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ। ଏଭଳି ଧମକ ଦେଇଥିବା ବ୍ୟକ୍ତି ମଧ୍ୟ ଗିରଫ ହୋଇଛି। ଦିଲ୍ଲୀର ଝାଣ୍ଡେୱାଲାନ୍ରେ ଥିବା ଆରଏସ୍ଏସ୍ ଓ ଭିଏଚ୍ପିର କାର୍ଯ୍ୟାଳୟକୁ ବମ୍ରେ ଉଡାଇବାର ଧମକ ଦେବାର ମାମଲା ସାମନାକୁ ଆସିଛି। ଅଭିଯୋଗ ମିଳିବା ପରେ ପୋଲିସ ତୁରନ୍ତ ଭିଏଚ୍ପି କାର୍ଯ୍ୟାଳୟରେ ପହଁଞ୍ଚିଥିଲା ଓ ଅଭିଯୁକ୍ତ ରାମକୁମାରଙ୍କୁ କଷ୍ଟଡିରେ ନିଆଯାଇଛି।
ସେଣ୍ଟ୍ରାଲ ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ମଧ୍ୟାହ୍ନ ୧୨.୪୧ ମିନିଟ୍ ସମୟରେ ସୂଚନା ମିଳିଥିଲା ଭିଏଚପିର ପଦାଧିକାରୀଙ୍କୁ କେହି ଧମକ ଦେଇଥିଳେ ଯେ, ସେ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟାଳୟକୁ ବୋମା ମାଡ କରି ଉଡାଇ ଦେଇଥିଲେ। ସେହି ସ୍ଥାନରେ ପହଁଞ୍ଚିବା ପରେ ରାମକୁମାର ପାଣ୍ଡେ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିଲା। ତାକୁ ପଚରା ଉଚରା ମଧ୍ୟ କରାଯାଇଛି। ଅଭିଯୁକ୍ତର ବୟସ ୨୬ ବର୍ଷ ଓ ସେ ମଧ୍ୟ ପ୍ରଦେଶର ସିଧି ସ୍ଥିତ ଭଟୱାଲି ଗାଁରେ ରୁହେ। ସେ ସ୍ନାତକ ପର୍ଯ୍ୟନ୍ତ ପଢିଛି। କୁହାଯାଉଛି ଯେ, ତା’ର ବାପା ସିଧିର ସରକାରୀ ହସ୍ପିଟାଲରେ ଡ୍ରାଇଭର ଅଛି।
ପୋଲିସର ସୂଚନା ଅନୁସାରେ, ସେ ୨୨ ଜୁଲାଇରେ ନିଜର ମାଉସୀ ସହିତ ଦିଲ୍ଲୀ ଆସିଥିଲା, ଯାହାକି ଫତେହପୁର ବେରି ଅଞ୍ଚଳରେ ରହେ। ଦିଲ୍ଲୀ ଆସିବା ପରେ ସେ ଆରଏସଏସ୍ ମୁଖ୍ୟାଳୟ ପହଁଞ୍ଚିଥିଲେ ଓ ସେଠାରେ ଭିଏଚପି ଅଫିସକୁ ବମ୍ରେ ଉଡାଇବାର ଧମକ ଦେଇଥିଲେ। ସେ ଅଭିଯୋଗ କରିଛି ତା’ ଗାଁରେ ଏକ ପରିବାରକୁ ଖ୍ରୀଷ୍ଟିଆନ୍ କରିଦିଆଗଲା, କେହି ତାଙ୍କ ପାଇଁ କିଛି କରିପାରିଲେନି। ଏହି କଥାକୁ ନେଇ ସେ ଖୁବ୍ ରାଗି ଯାଇଥିଲା। ପୋଲିସର କହିବା ଅନୁସାରେ, ଯୁବକ ଜଣକ ମଧ୍ୟ ନିଜକୁ ଆରଏସ୍ଏସ୍ ସମର୍ଥକ କହୁଛି।

























