ଫେବୃଆରୀ ୨୭
ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ, ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଫେବୃଆରୀ ୨୮ ରେ ସ୍କୁଲ ଆସିବେ I ପିଲାମାନଙ୍କୁ ବିଦ୍ୟାଳୟ ରେ ସ୍ୱାଗତ କରିବାପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି I
ପ୍ରକାଶ ଥାଉକି, ପ୍ରଥମ ସପ୍ତାହଟି ଛାତ୍ରଛାତ୍ରୀମାନ ଙ୍କ ସହ ଆଳାପ-ଆଲୋଚନା କରାଯିବା ସହ ତାଙ୍କୁ ଅନେକ ଉତ୍ସାହଜନକ କାର୍ଯ୍ୟକ୍ରମ ରେ ଜଡିତ କାରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନଙ୍କ ମନ ଖୁସି ରଖିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।
ଯେହେତୁ ଛାତ୍ରମାନେ ଦୀର୍ଘଦିନ ଧରି ବିଦ୍ୟାଳୟଠାରୁ ଦୂରରେ ରହିଥିଲେ, ସେମାନଙ୍କ ମନ ଖୁସିରଖିବା ପାଇଁ ସପ୍ତାହ ସାରା ପାଇଁ ଅନେକ କାର୍ଯ୍ୟକ୍ରମ କାରାଯିବ I ସେମାନଙ୍କ ସହ ଆଳାପ-ଆଲୋଚନା କାରାଯିବ I ଛାତ୍ରଛାତ୍ରୀମାନେ ଘରେ ରହିଥିବା ସମୟ କେମିତି କଟାଉଥିଲେ…କଣ କଣ କରୁଥିଲେ ସେ ନେଇ ସେମାନଙ୍କ ସହ ଆଲୋଚନା କାରାଯିବ ଏବଂ ସେ ସମ୍ପର୍କ ରେ ସେମାନେ ଲେଖିବେ I କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ I
ଏହାପୂର୍ବରୁ ଫେବୃଆରୀ ୧୪ ରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଫେବୃଆରୀ ୨୪ ରେ ଶେଷ ହୋଇଥିବା ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ସ୍ଥଗିତ ରଖିବାକୁ ପଡିଥିଲା I
Home ଓଡ଼ିଆ ରେ ପଢନ୍ତୁ ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସିବେ: ପିଲାଙ୍କ ମନଫୁର୍ତ୍ତି ପାଇଁ...