ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା

0
1068
IMD Issues Red Warning For 11 Districts; Heavy To Very Heavy Rainfall Predicted
IMD Issues Red Warning For 11 Districts; Heavy To Very Heavy Rainfall Predicted

ଭୁବନେଶ୍ୱର : ସୋମବାରଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ। ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ଥିବା ବେଳେ ସୋମବାରଠାରୁ ଏଥିରେ ପରିବର୍ତ୍ତନ ଆସିବ। ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାସହିତ ତାତି ଅଧିକ ଯୋଗୁଁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ମେଘ ସୃଷ୍ଟି କରିବାର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆଗାମୀ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼଼ା ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାକୁ ଥିବା ବେଳେ ମଙ୍ଗଳବାରଠାରୁ ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅନ୍ୟପଟେ ରବିବାର ୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ୱା ତାଠାରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡିଗ୍ରୀ ସହ ଟିଟଲାଗଡ଼଼ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳ ୪୦.୧ ଡିଗ୍ରୀ, ବୌଦ୍ଧ ଏବଂ ବାରିପଦା ରେ ୪୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି। ଏହା ବ୍ୟତୀତ ଭୁବନେଶ୍ୱର ରେ ୩୭.୬ ଡିଗ୍ରୀ ଏବଂ କଟକ ରେ ୩୭.୨ ଡିିଗ୍ରୀ ଦିନ ତାପମାତ୍ରା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ତାତି ବଢ଼଼ିଛି।

ତାତି ଯୋଗୁଁ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ଗତ ୩୬ ଘଣ୍ଟାରେ ବାରିପଦାରେ ସ୍ୱାଭାବିକଠାରୁ ତାପମାତ୍ରା ୩.୮ ଡିଗ୍ରୀ ସେଲସିୟସ ଅଧିକ ଥିବା ବେଳେ ବଲାଙ୍ଗୀରରେ ୩.୭, ଫୁଲବାଣୀରେ ୨.୯, ଟିଟଲାଗଡ଼଼ରେ ୨.୮ ଓ ବାଲେଶ୍ୱରରେ ତାପମାତ୍ରା ସ୍ୱାଭାବିକଠାରୁ ୨.୫ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି। ସୋମବାରଠାରୁ ବର୍ଷା ଯୋଗୁଁ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

Also Read  ବଗିଚାରେ ଶୌଚ ପାଇଁ ମନା କରିବାରୁ ମାଲିକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା