ଉଠାଦୋକାନୀଙ୍କୁ ମିଳିଲା ୩ ହଜାର କୋଭିଡ ସହାୟତା

0
731
ଉଠାଦୋକାନୀଙ୍କୁ ମିଳିଲା ୩ ହଜାର
ଉଠାଦୋକାନୀଙ୍କୁ ମିଳିଲା ୩ ହଜାର
  •  ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ କଲେ ଶୁଭାରମ୍ଭ

  •  ଉପକୃତ ହେବେ ୧ଲକ୍ଷ ୧ ହଜାର ଦୋକାନୀ

ଭୁବନେଶ୍ୱର: ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ମହାମାରୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି ।ଉଠାଦୋକାନୀଙ୍କ ଜୀବନ ଜୀବିକାକୁ ଟ୍ରାକକୁ ଆଣିବାକୁ ଆଜି ଭର୍ଚୁଆଲ ମୋଡରେ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୧ଲକ୍ଷ ୧ ହଜାର ଦୋକାନୀ ଉପକୃତ ହେବେ ।

ଭର୍ଚୁଆଲରେ ଦିନ ୧୧ଟା ୩୦ ମିନିଟରେ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି ନବୀନ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯାଇଛି ।

Also Read  ବିବାହ ଉତ୍ସବରେ ଅଜବ ଉପହାର; ନବ ବିବାହିତ ଦମ୍ପତ୍ତିଙ୍କୁ ଉପହାରରେ ପେଟ୍ରୋଲ ଦେଲେ ବନ୍ଧୁ