ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି, ହାଇକୋର୍ଟରେ ପିଟିସନ୍ ଦାଖଲ

0
112
uddhav-thackeray's statement on maharashtra political crisis

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ ଉଦ୍ଧବଙ୍କ ସମ୍ପତ୍ତିର ଯାଞ୍ଚ କରିବାକୁ ସୋମେୟା ହାଇକୋର୍ଟରେ ଦାବି କରିଛନ୍ତି । ତେବେ ଏହି ଜନସ୍ୱାର୍ଥ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନଥିବା ଜଣାପଡିଛି ।

ଏହିସବୁ ସମ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ପତ୍ନି ଓ ଶିବସେନାର ଜଣେ ବିଧାୟକ ଏକାଠି କିଣିଥିବା ଅଭିଯୋଗ ହୋଇଛି । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସମ୍ପତ୍ତିର ତଦନ୍ତ ପାଇଁ ବିଜେପି ନେତା ଦାବି କରିଛନ୍ତି । ଏହା ବ୍ୟତୀତ ସେ ଦାବି କରିଛନ୍ତି ଯେ, ଏନଫୋର୍ସାମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଅନ୍ୟନ୍ୟ ଏଜେନ୍ସିମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଓ ତାଙ୍କ ପରିବାର ଦ୍ୱାରା ଆଲିବାଗ ସମ୍ପତ୍ତିର ବୈଧତା ଯାଞ୍ଚ କରନ୍ତୁ ।

Also Read  ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ହମଲା: ଜଣେ ସହିଦ୍, ଜଣେ ଆହତ

LEAVE A REPLY

Please enter your comment!
Please enter your name here