ଉଦ୍ଧାର ହେଲେ ଅପହୃତ ସମିତିସଭ୍ୟ ପ୍ରାର୍ଥୀ, ଜଣେ ଅଟକ

0
738

ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।

ତେବେ, ସୁବ୍ରତଙ୍କୁ କିଏ ଅପହରଣ କରିଥିଲା ସେନେଇ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଏବେ ସୁବ୍ରତ ଉଦ୍ଧାର ହୋଇଥିବା ବେଳେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣୁଛି । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।
ସୂଚନା ଅନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ନିର୍ବାଚନକୁ କେନ୍ଦ୍ର କରି ଅପହରଣ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

Also Read  ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

LEAVE A REPLY

Please enter your comment!
Please enter your name here