ଏଣିକି ସହଜ ହେବ ଜମି କିଣାବିକା : ଆଉ ଅନୁମତି ନେବାକୁ ପଡ଼ିବନି, କାହିଁକି ଜାଣନ୍ତୁ ?

0
679
ଏଣିକି ସହଜ ହେବ ଜମି କିଣାବିକା
ଏଣିକି ସହଜ ହେବ ଜମି କିଣାବିକା

ଭୁବନେଶ୍ୱର: ସହରାଞ୍ଚଳରେ ଜମି କିଣାବିକା ହେବ ସହଜ । ରାଜ୍ୟ ସରକାର ସମସ୍ତ ଲିଜ୍‌ ଜମିକୁ ଫ୍ରି ହୋଲଡ୍‌ କରିବେ । ବର୍ତ୍ତମାନ ସ୍ଥିତିରେ ଲିଜ୍ ଜମିରେ ଜମି ମାଲିକଙ୍କୁ କେବଳ ହେରିଟେବୁଲ ରାଇଟ୍ସ ଦିଆଯାଇଛି । ଅର୍ଥାତ୍ ଲିଜ୍‌ଧାରୀ କେବଳ ତାଙ୍କ ଉତ୍ତରାଧିକାରୀଙ୍କୁ ଜମି ଟ୍ରାନ୍ସଫର କରିପାରିବେ । କିନ୍ତୁ ବିକ୍ରି କରିପାରିବେ ନାହିଁ । ଫ୍ରି ହୋଲଡ ହେବା ପରେ ଲିଜ୍‌ଧାରୀଙ୍କ ଜମି ସ୍ଥିତିବାନ ଜମିରେ ପରିଣତ ହେବ । ଏହାଦ୍ୱାରା ସତ୍ତ୍ୱାଧିକାରୀ ଜମି ବିକ୍ରି କରିପାରିବେ ।

ଏଥିପାଇଁ ତାଙ୍କୁ ଆଉ ବିଡିଏର ଅନୁମତି ନେବାକୁ ପଡିବନାହିଁ । ଏବେ ଲିଜ୍ ଜମିର ବିକ୍ରି ଖରିଦ୍ ପାଇଁ ବିଡିଏର ଅନୁମତି ନେବାକୁ ପଡୁଛି । ଏଥିପାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯିବ । ଫ୍ରି ହୋଲଡ ପାଇଁ ଜମି ମାଲିକଙ୍କଠାରୁ ନଗନ୍ୟ ଦେୟ ଆଦାୟ କରାଯିବ । ଏହି ଅର୍ଥ ସହରାଞ୍ଚଳର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Also Read  ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ