ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

0
1211

ଭୁବନେଶ୍ବର : ରାଜ୍ୟରେ ବଢିବାଲେ ଲାଗିଛି ତାତି । ଅସହ୍ୟ ହେଲାଣି ଗରମ । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଟାଇମ୍‌ ଟେବୁଲରେ ପରିବର୍ତ୍ତନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆସନ୍ତା ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ ହେବ । ସକାଳ ୬.୩୦ରୁ ୧୦ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ରହିବେ । ସେହିଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ ପଢାଯିବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Also Read  ୯ମ ଦିନରେ ୧୪୦.୯୫ କୋଟିର ଆୟ କରିସାରିଲାଣି ‘ଦ କଶ୍ମୀର ଫାଇଲ୍ସ’