ଓଡ଼ିଶାର ଡିଜିପି ଙ୍କ ଉପସ୍ଥିତି ରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

0
337
ଓଡ଼ିଶାର ଡିଜିପି ଙ୍କ ଉପସ୍ଥିତି ରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଡ଼ିସେମ୍ବର ୧୨
କଳାହାଣ୍ଡି-କନ୍ଧମାଳ-ବୌଦ-ନୟାଗଡ ଡିଭିଜନ ର ଜଣେ ମହିଳା ମାଓବାଦୀ ରବିବାର ଦିନ କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ପୋଲିସ ମହାନିର୍ଦେଶକ (ଡିଜିପି) ଙ୍କ ଉପସ୍ଥିତି ରେ ଆତ୍ମସମର୍ପଣ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ମହାନିର୍ଦେଶକ କହିଛନ୍ତି ଯେ ମହିଳା କ୍ୟାଡର କଳାହାଣ୍ଡି-କନ୍ଧମାଳ-ବୌଦ-ନୟାଗଡ ଡିଭିଜନ ର ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।
ସେହି ଅଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦେଖିବା ପରେ, ସେ ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ I

ତାଙ୍କ ପଥ ଅନୁସରଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ସମସ୍ତ ମାଓବାଦୀଙ୍କୁ ଡିଜିପି ଅନୁରୋଧ କରିଥିଲେ I

ଡିଜିପି କହିଥିଲେ,ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନୁଯାୟୀ ସେମାନେ ଗୃହ ନିର୍ମାଣ, ଅଧ୍ୟୟନ ଏବଂ ତାଙ୍କ ଇଚ୍ଛାର ବାଣିଜ୍ୟ / ବୃତ୍ତିରେ ତାଲିମ ପାଇବା ପାଇଁ ଆର୍ଥିକ ସହାୟତା ପାଇପାରିବେ I

ପୋଲିସ ମହାନିର୍ଦେଶକ ଅଭୟ ଅନ୍ୟ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ମାଲକାନଗିରି ଜିଲ୍ଲାର ଘନବେଢା ଠାରେ ନୂତନ ଭାବରେ ସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ ଏବଂ ମାଓବାଦୀ ବିରୋଧୀ କାର୍ଯ୍ୟର ସମୀକ୍ଷା କରିଥିଲେ।

Also Read  ପ୍ରବଳ ବର୍ଷା : ୭ ଜିଲ୍ଲାକୁ ରେଡ୍‌, ୧୫ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ଣ୍ଣିଂ ଜାରି

LEAVE A REPLY

Please enter your comment!
Please enter your name here