ଓଡ଼ିଶା : ୮ଜିଲ୍ଲାରେ ହିଟୱେଭ ଜାରି

0
533
high tempreture in western Odisha

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଓଡ଼ିଶା। ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଛି। ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ପରି ପଶ୍ଚିମ ଓଡ଼ିଶାର ପ୍ରତିଟି ସହରରେ ତାପମାତ୍ରା ଶୀର୍ଷ ଛୁଇଁଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୮ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାର କେ‌ତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ଆସନ୍ତା ୩ରୁ ୪ ଦିନ ଯାଏ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଆଜି ଟିଟିଲାଗଡ଼ରେ ରେକର୍ଡ ହୋଇଛି। ଏଠାରେ ଦିନର ତାପମାତ୍ରା ୪୨.୭ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ୧୦ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା।

Also Read  କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ