ଓଡିଶା ୪୨୮ ନୂଆ କୋଭିଡ କେଶ: ପଜିଟିଭିଟି ହାର 0.୮୧ %

0
513
Mask is mandatory in Delhi now. In case of violation, one has to pay a penalty of Rs.500. This has been implemented as pandemic situation is slowly deteriorating in the national capital.
India Records 14,148 New Covid cases And 302 Deaths

ଫେବୃଆରୀ ୨୨
ଓଡ଼ିଶାରେ ୪୨୮ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୩୬ ଜଣଙ୍କ ର ବୟଷ ୦-୧୮ ବର୍ଷ ମଧ୍ୟରେ I ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ, ମୋଟ ୪୨୮ ନୂଆ କେଶ ମଧ୍ୟରୁ, ୨୪୯ ଜଣ ସଙ୍ଗରୋଧ ରେ ଥିବା ସମୟରେ କୋଭିଡ ପଜିଟିଭ ବୋଲି ଚିହ୍ନଟ ହେଇଥିଲେ I
ଆଉ ୧୦ ଜଣଙ୍କର କୋଭିଡ ରେ ମୃତ୍ୟୁ ହେଇଛି ଏବଂ ଏହାକୁ ମିଶାଇ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୩୬ ରେ ପହଂଚିଛି I
ନୂଆ ୪୨୮ ଆକ୍ରାନ୍ତଙ୍କୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୨୯୭ ରେ ପହଂଚିଛି I ସେହିପରି, ୨୪ ଘଂଟାରେ ୧୦୯୫ ଜଣ ସୁସ୍ଥ ହେଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୧୨,୬୯,୧୫୩ କୁ ବୃଦ୍ଧିପାଇଛି I
ସୁନ୍ଦରଗଡ ଜିଲ୍ଲା ରେ ସର୍ବାଧିକ ୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରେ ୪୬ ଜଣ, କେନ୍ଦ୍ରାପଡ଼ା ରେ ୩୫ ଜଣ, ଗଜପତି ରେ ୨୮ ଜଣ ଓ କଟକ ରେ ୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଭଦ୍ରକ ଜିଲ୍ଲା ରେ ୨୪ ଘଂଟାରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହେଇନାହାନ୍ତି I
୫୨,୬୭୨ ସ୍ୱାବ ପରୀକ୍ଷା କରାଯାଇଛି I ଆଜି ପଜିଟିଭିଟି ହାର ରହିଛି ୦.୮୧ %.

Also Read  Pangolin Scales Seized in Nuapada

LEAVE A REPLY

Please enter your comment!
Please enter your name here