ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ

0
709
ଡିଏମଇଟି ଡାକ୍ତର ରମାରମଣ ମହାନ୍ତି
ଡିଏମଇଟି ଡାକ୍ତର ରମାରମଣ ମହାନ୍ତି

ଭୁବନେଶ୍ୱର: ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ରାଜ୍ୟରୁ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି। ଏସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୂନା। କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ, ତାହା ଶୁକ୍ରବାର ଜଣା ପଡ଼ିବ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି। ୧୮ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ପର୍ଯ୍ୟାୟରେ ଅଛି। ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ଶତପ୍ରତିଶତ ଜନସଂଖ୍ୟାକୁ ଟିକାକରଣ କରାଯାଇ ପାରିବ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି  ।

ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ
ଓମିକ୍ରନକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ

ଏଣେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ବାହାରିନାହାନ୍ତି। ଛଅ ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହାର ତର୍ଜମା କରାଯାଉଛି। ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ। ଆଟ୍ ରିସ୍କ କଣ୍ଟ୍ରି ଫେରନ୍ତାଙ୍କୁ ଠାବ କରିବାକୁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି। ଆମେ ନିଶ୍ଚିତ ସମସ୍ତଙ୍କୁ ଖୋଜି ବାହାର କରିବୁ। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି। ଏଯାଏଁ କାହାରି ମୃତ୍ୟୁ ହୋଇନି। ଟିକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଆସିଛି, ଓମିକ୍ରନକୁ ଡରିଲା ଭଳି ନୁହେଁ। ୧୮ ବର୍ଷରୁ କମ ପିଲାଙ୍କ ଟିକାକରଣ ଲାଗି କୌଣସି ନିର୍ଦେଶ ଆସିନି। ଯଦି ନିର୍ଦେଶ ଆସିବ, ଆମର ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଟିକା ବି ଅଛି।

Also Read  CBSE Class 12 results withheld; angered parents & students stage dharna ahead CBSE office