ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ : ମାରିଆ ଭାନ୍‌

0
315
ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ
ଓମିକ୍ରନ୍‌କୁ ସାମାନ୍ୟ ବୋଲି କହିବା ବିପଜ୍ଜନକ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁନର୍ବାର କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ଓମିକ୍ରନ୍‌କୁ ସାମାନ୍ୟ ରୋଗ ଭାବେ ବିବେଚନା କରିବା ବିପଜ୍ଜନକ।

ସଂକ୍ରାମକ ରୋଗ ମହାମାରୀବିତ୍‌ ତଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ‘କୋଭିଡ୍‌-୧୯ ଟେକ୍‌ନିକାଲ୍‌ ଲିଡ୍‌’ ମାରିଆ ଭାନ୍‌ କେର୍‌ଖୋଭ୍‌ କହିଛନ୍ତି, ହଁ, ମାତ୍ରାଧିକ ସରଳ ବର୍ଣ୍ଣନା ବିପଜ୍ଜନକ ହୋଇପାରେ। ‘ଡେଲ୍‌ଟା’ ତୁଳନାରେ ଡାକ୍ତରଖାନା ଭର୍ତ୍ତି ବିପଦ କମ୍‌ ଜଣାପଡୁଥିଲେ ବି ଓମିକ୍ରନ୍‌କୁ ‘ସାମାନ୍ୟ ରୋଗ’ ବିଚାରିବା ବିପଜ୍ଜନକ। କମ୍ ବିପଦ ଥିଲେ ବି ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବେ ବୃଦ୍ଧି ପାଉଛି। ଡାକ୍ତରଖାନା ଉଛୁଳି ପଡ଼ିବ। ଦୟାକରି ସାବଧାନତା ଅବଲମ୍ବନ କରନ୍ତୁ।

‘ଓମିକ୍ରନ୍‌ କରୋନାଭାଇରସ୍‌’ଜନିତ କୋଭିଡ୍‌ ସଂକ୍ରମଣ ମାମଲାର ଦ୍ରୁତ ବୃଦ୍ଧି ବିପକ୍ଷରେ କଟକଣା କଠୋର କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନେକ ବାର ସରକାରମାନଙ୍କୁ ସତର୍କ କରାଇ ଦେଇଛି। କୋଭିଡ୍‌ ସୁନାମି ଆସିବ ବୋଲି ପୂର୍ବରୁ ଚେତାବନୀ ଦେଇ ଉତ୍ସବାନୁଷ୍ଠାନ ଏବଂ ଜନସମାଗମ ବାତିଲ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଜାରି କରିଥିଲା।

Also Read  ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ : ପବନ କମ, ବର୍ଷା ବେଶୀ