କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୁଲିସ

0
192

ଅହମଦାବାଦ: ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀ ଗିରଫ । ଆସାମ ପୁଲିସ ବିଳମ୍ବିତ ରାତିରେ ତାଙ୍କୁ ଗୁଜରାଟର ପଲାନପୁରରୁ ଗିରଫ କରିଥିଲା। ଏହାପରେ ଆଜି ସକାଳୁ ଅହମଦାବାଦରୁ ବିମାନ ଯୋଗେ ଆସାମ ନେଇଯାଇଛି । ବିଧାୟକଙ୍କ ଅଫିସ ଗିରଫଦାରୀ ବାବଦରେ ସୂଚନା ଦେଇଛି। ଗୁଜରାଟର ଏହି ନେତା ନିକଟରେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ ନାଥୁରାମ ଗୋଡସେଙ୍କ ବାବଦରେ ଥିଲା। ଯଦିଓ ଏହି ଟ୍ୱିଟ ପୋଷ୍ଟକୁ ଟ୍ୱିଟର ହଟାଇ ଦେଇଥିଲା କିନ୍ତୁ ଏହା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଥିଲା।

ଯେଉଁଥିପାଇଁ ଆସାମର କୋକ୍ରାଝର ଥାନାରେ ଧାରା ୧୫୩ଏରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ବିଧାୟକଙ୍କ ଜଣେ ସହଯୋଗୀ ସୁରେଶ ଜାଠ କହିଛନ୍ତି। ମେଭାନୀ ଗୁଜରାଟର ଜଣେ ସ୍ୱାଧୀନ ବିଧାୟକ । ସେ ନିକଟରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗିରଫ ହେବା ଖବର ପାଇ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁର ଓ ଅନ୍ୟ କଂଗ୍ରେସ ନେତାମାନେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚି ବିଜେପି ସରକାର ବିରୋଧରେ ନାରାବାଜି କରିଥିଲେ।

Also Read  କେଶ ପାଇଁ ଖୁବ ଉତ୍ତମ ଅଟେ ରସୁଣ

LEAVE A REPLY

Please enter your comment!
Please enter your name here