ନୂଆଦିଲ୍ଲୀ : ଆଜିକାଲି ଜନ୍ ଆବ୍ରାହମ୍ ତାଙ୍କର ଆଗାମୀ ଫିଲ୍ମ ‘ଆଟାକ୍’ର ପ୍ରମୋସନ୍ କରୁଛନ୍ତି। ଏହି ସମୟରେ ଜନ୍ ଦି କପିଲ ଶର୍ମା ଶୋ’କୁ ନେଇ ଏକ ବଡ ବିବୃତ୍ତି ଦେଇଛନ୍ତି। ଜନ୍ କହିଛନ୍ତି ସେ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋସନ ସପକ୍ଷରେ ନାହାଁନ୍ତି। ସେ କହିଛନ୍ତି ଏହି ଶୋ’ରେ ଫିଲ୍ମର ପ୍ରମୋଟ୍ କରିବା ଦ୍ୱାରା ଟିକେଟ୍ ସେଲ୍ସ ବଢିଯାଏ ନାହିଁ। ଏକ ଇଣ୍ଟରଭ୍ୟୁ ସମୟରେ ଜନ୍ ଏସବୁ କହିଛନ୍ତି। ସେ କହିଛନ୍ତି, ‘କାଶ୍ମୀର ଫାଇଲକୁ ଦେଖନ୍ତୁ। ଏହି ଫିଲ୍ମ ଦି କପିଲ ଶର୍ମା ଶୋ’ରେ ପ୍ରମୋଶନ କରିନଥିଲା, ତଥାପି ବକ୍ସ ଅଫିସରେ ଚମତ୍କାର କମେଇଛି।
ଜନ୍ ଆହୁରି କହିଛନ୍ତି, ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ୟ ରାଜ ଆନନ୍ଦ, ଦି କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋସନ କରିବାକୁ ଚାହୁଁଥିଲେ। ସେ ମୋତେ କପିଲ ଶର୍ମା ଶୋ’କୁ ନେଇ ଯାଇଥିଲେ। ମୁଁ କପିଲଙ୍କୁ ପସନ୍ଦ କରେ। ସେ ବହୁତ ସୁନ୍ଦର ଲୋକ, କିନ୍ତୁ ତାଙ୍କ ଶୋ ଟିକେଟ୍ ସେଲକୁ ବଢାଇ ନଥାଏ। ଏବେ ଦେଖିବାକୁ ବାକି ରହିଲା ଜନଙ୍କ ଏହି ବିବୃତ୍ତି ପରେ କ’ଣ ରହୁଛି କପିଲଙ୍କ ରିୟାକ୍ସନ୍।