କାଶୀବିଶ୍ୱନାଥ ଧାମ ରେ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

0
1280
କାଶୀବିଶ୍ୱନାଥ ଧାମ ରେ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
କାଶୀବିଶ୍ୱନାଥ ଧାମ ରେ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଫେବୃଆରୀ ୨୦
କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କ ପାଇଁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏକ ଆପ୍ ଲଞ୍ଚ କରାଯାଇଛି।

ମହା ଶିବରାତ୍ରୀ ଅବସରରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରୁଥିବା ଭକ୍ତମାନେ ଏହି ଆପ ମାଧ୍ୟମରେ ନିଜ ନିଜର ନାଁ କୁ ପଞ୍ଜୀକୃତ କରିପାରିବେ ଏବଂ ଦର୍ଶନ ପାଇଁ ଉପଯୁକ୍ତ ମାର୍ଗ ଏବଂ ସମୟ ବିଷୟରେ ସୂଚନା ପାଇପାରିବେ।

ଏହି ଆପ ରେ ଭକ୍ତ ମାନେ ନାଁ ପଞ୍ଜୀକୃତ କରିବା ଦ୍ୱାରା, କେଉଁ ସମୟ ରେ କେତେ ଭିଡ ହେବ ସେ ନେଇ ଆକଳନ କରିବା ସମ୍ଭବ ହେବ ଏବଂ ମନ୍ଦିର ପ୍ରଶାସନ କୁ ସଠିକ ସୂଚନା ମିଳିପାରିବ I ଯାହା ମନ୍ଦିର ପ୍ରଶାସନକୁ ଭିଡ଼କୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ | ଭବିଷ୍ୟତରେ, ଏହି ଆପରେ ଅଧିକ features ଯୋଡାଯିବ |

ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲ କହିଛନ୍ତି ଯେ, ଶିବରାତ୍ରୀ ରେ ଭକ୍ତଙ୍କ ପାଇଁ ଗଙ୍ଗା ପାର୍ଶ୍ୱରୁ ମନ୍ଦିର କୁ ଆସିବା ପାଇଁ ଏକ ନୂତନ ରାସ୍ତା ଖୋଲାଯାଉଛି। ଏହା ବ୍ୟତୀତ ସମସ୍ତ ପ୍ରବେଶ ପଥରୁ ଗର୍ଭଗୃହ ପ୍ରବେଶ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯିବ I ଯାହା ମାଧ୍ୟମ ରେ ଭକ୍ତମାନେ କାଶୀ ବିଶ୍ୱନାଥ ମନ୍ଦିରର ଗର୍ଭଗୃହ ଭିତରର ଦୃଶ୍ୟର ସିଧା ପ୍ରସାରଣ ଦେଖିପାରିବେ | ଜଳ ମାର୍ଗରେ ଆସିବାକୁ VVIP ମାନଙ୍କୁ ଅନୁରୋଧ କରାଯାଇଛି | Maidagin ଏବଂ Godowlia କୁ ପ୍ରବେଶ ପାଇଁ କୌଣସି ବଡ ଯାନକୁ ଅନୁମତି ଦିଆଯିବ ନାହିଁ | ଭିନ୍ନକ୍ଷମ ତଥା ବୃଦ୍ଧମାନଙ୍କ ପାଇଁ ଇ-ରିକ୍ସା ମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ହେବ |

ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡିଂ ବ୍ୟବସ୍ତା କରାଯାଇଛି I ବିଭିନ୍ନ ସ୍ଥାନରେ ଜଳ ପାଇଁ ଏବଂ ରାତିରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି |

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଭର୍ମା କହିଛନ୍ତି ଯେ ଧାଡିରେ ଧାଡିରେ ଇସ୍ପାତ ରେଲିଂ ସ୍ଥାପନ କରାଯିବ ଏବଂ ମନ୍ଦିରରେ ଟେବୁଲ ଦର୍ଶନ ବ୍ୟବସ୍ଥା ଜାରି ରହିବ। ଭକ୍ତମାନଙ୍କ ପାଇଁ ଦର୍ଶନ ପାଇବା ସହଜ ହେବ |

Also Read  ସକାଳୁ ସକାଳୁ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ବିଏମସି ମେୟର