କାଶ୍ମୀରରେ ଦୁଇଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତ

0
424
କାଶ୍ମୀରରେ ଦୁଇଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତ
କାଶ୍ମୀରରେ ଦୁଇଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଙ୍କ ଗୁଳିରେ ୩ ଆତଙ୍କବାଦୀ ମୃତ

ନଭେମ୍ବର ୧୨
ଗତ ୧୬ ଘଣ୍ଟା ମଧ୍ୟରେ କାଶ୍ମୀରରେ ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେଇଛି । ଗତ ଗୁରୁବାର ଠାରୁ କୁଲଗାମ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ଏଠାରେ ନିହତ ହୋଇଥିବା ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମଧ୍ୟରେ ଜିଲ୍ଲା କମାଣ୍ଡର ଶିରାଜ ମୌଲବୀ ଏବଂ ୟାୱାର ଭଟ ଅଛନ୍ତି। ପ୍ରକାଶ ଥାଉକି, ଗୁରୁବାର  ଶ୍ରୀନଗରରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ମୁଜାହିଦ୍ଦିନ ଗାଜୱାଟୁଲ ହିନ୍ଦଙ୍କ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

କୁଲଗାମରେ ୨ ଜଣ ଏବଂ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା କହିଛନ୍ତି କାଶ୍ମୀର ର ଆଇଜିପି ବିଜୟ କୁମାର I କୁଲଗାମରେ ନିହତ ହୋଇଥିବା ହିଜବୁଲ ମୁଜାହିଦ୍ଦିନ ଜିଲ୍ଲା କମାଣ୍ଡର ଶିରାଜ ମୌଲବୀ 2016 ମସିହାରୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା । ସେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରିଥିବାବେଳେ ଉପତ୍ୟକାର ବେକାର ଯୁବକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆତଙ୍କବାଦ ସହ ଜଡିତ କରୁଥିଲା । ତା ମୃତ୍ୟୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା |

ପୋଲିସର ରେକର୍ଡ ଅନୁଯାୟୀ, ହିଜବୁଲ ଜିଲ୍ଲା କମାଣ୍ଡର ଶିରାଜ ଅହମ୍ମଦ ଛଦ୍ମନାମ ଶିରାଜ ମୌଲବୀ ଜଣେ ଏ ++ ବର୍ଗର ଆତଙ୍କବାଦୀ ଥିଲା । ବିଭିନ୍ନ ପୋଲିସ ଷ୍ଟେସନରେ ତା ବିରୋଧରେ ପ୍ରାୟ ୧୯ ଟି ମାମଲା ରୁଜୁ ହୋଇଥିଲା। ୟାୱାର ଅହମ୍ମଦ ସି ବର୍ଗର ଆତଙ୍କବାଦୀ ଥିଲା। ତାଙ୍କ ବିରୋଧରେ ତିନୋଟି ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ମାର୍ଚ୍ଚ ୨୦୨୧ ରୁ ସେ ସକ୍ରିୟ ଥିଲେ |

କୁଲଗାମରେ ଏନକାଉଣ୍ଟର ଅପରାହ୍ନରେ ଆରମ୍ଭ ହୋଇଥିଲା। କୁଲଗାମର ଚାୱାଲଗାମରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଥିବା ନେଇ ସୁରକ୍ଷା କର୍ମୀ ମାନେ ସୂଚନା ପାଇଥିଲେ। ସୂଚନା ପାଇବା ମାତ୍ରେ ସେନାର ୯ ଆରଆର ଏବଂ SOG ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ, କିନ୍ତୁ ଯେତେବେଳେ ସେମାନେ ରାଜି ହୋଇନଥିଲେ, ସେତେବେଳେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।

ଅନ୍ଧାର ହେଇଯିବାରୁ ଏନକାଉଣ୍ଟର ସକାଳ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା | ଏହି ସମୟରେ, ନିକଟବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା | ସକାଳେ ପୁଣି ଥରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। ଉଭୟ ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯେତେବେଳେ ଏହା ନିଶ୍ଚିତ ହେଲା ଯେ ସେଠାରେ ଅନ୍ୟ କୌଣସି ଆତଙ୍କବାଦୀ ନାହାନ୍ତି, ସୁରକ୍ଷା କର୍ମୀମାନେ ସେମାନଙ୍କ ମୃତଦେହ ଏବଂ ଏନକାଉଣ୍ଟର ସ୍ଥାନରୁ ଜବତ ହେଇଥିବା ଅସ୍ତ୍ରଶସ୍ତ୍ର ନେଇ ଫେରି ଆସିଥିଲେ।

Also Read  ଓମିକ୍ରନର ପ୍ରଭାବ : ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ

LEAVE A REPLY

Please enter your comment!
Please enter your name here