କିମ୍‍ସରେ ଯୋଗଦେଲେ ଡା. ସିବିକେ ମହାନ୍ତି

0
697
କିମ୍‍ସରେ ଯୋଗଦେଲେ ଡା. ସିବିକେ ମହାନ୍ତି

ନଭେମ୍ବର ୬

ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‍ ଏଜୁକେସନ୍‍ ଆଣ୍ଡ ଟ୍ରେନିଂର ପ୍ରାକ୍ତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କିମ୍‍ସର ଉପକୁଳପତି ଭାବେ ଯୋଗ ଦେଇଛନ୍ତି । ଓଡ଼ିଶାର ବେଶ ଜଣାଶୁଣା ଚିକିତ୍ସକ ଓ ପ୍ରଶାସକ ଭାବେ ଡା. ମହାନ୍ତିଙ୍କ ସୁନାମ ରହିଛି ।

ପୂର୍ବରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜର ମେଡିସିନ୍‍ ବିଭାଗ ମୁଖ୍ୟ ଏବଂ ପରେ ଏସ୍‍ସିବିର ଅଧୀକ୍ଷକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । କିମ୍‍ସରେ ଉପକୁଳପତି ଭାବେ ଯୋଗଦେବା ପରେ ଡା. ମହାନ୍ତି ଏହାର ଚିକିତ୍ସା ଓ ପ୍ରଶାସନିକ ଦୟିତ୍ୱ ତଦାରଖ କରିବେ ।

ଏହା ସହିତ ସେ କିମ୍‍ସ ବହିର୍ବିଭାଗରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଦିନରେ ପରାମର୍ଶ ଦେବେ । କିମ୍‍ସରେ ଡା. ମହାନ୍ତିଙ୍କ ଯୋଗଦାନ ପରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ତଥା କିଟ୍‍ ଓ କିସ୍‍ ପରିବାରର ସମସ୍ତ ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ଜଣେ ସୁନାମଧନ୍ୟ ଡାକ୍ତର କିମ୍‍ସରେ ଯୋଗ ଦେଇଥିବାରୁ ସମସ୍ତେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।

ନଭେମ୍ବର ୧ ତାରିଖରେ କିମ୍‍ସରେ ଆନୁଷ୍ଠାନିକ ଭାବେ ଯୋଗଦେବା ପରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ।

Also Read  ରାଷ୍ଟ୍ରପତି ନିର୍ବାଚନ ଆଜି