କେତେ ଲୋକ ମଦ ପିଇବା ଛାଡିଛନ୍ତି-ସେ ନେଇ ସର୍ଭେ ହେବ !

0
1225
ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ
ବିଷାକ୍ତ ମଦ ପିଇ ୨୯ ମୃତ, ଶତାଧିକ ଅସୁସ୍ଥ

ଫେବୃଆରୀ ୮
ବିହାର ରେ ମଦ ପିଇବା ଛାଡିଥିବା ଲୋକଙ୍କ ଗଣନା କରାଯିବ ବୋଲି ନୀତିଶ କୁମାର କହିଛନ୍ତି I ୨୦୧୬ ମସିହା ରେ ରାଜ୍ୟରେ ମଦ ପିଇବା ଏବଂ ବିକିବା ନେଇ ନିଷେଧାଦେଶ ଲାଗୁ ହେବା ପରଠାରୁ କେତେ ଲୋକ ମଦ ପିଇବା ଛାଡିଛନ୍ତି -ସେ ନେଇ ସରକାର ଗୋଟିଏ ସର୍ଭେ କରିବା ନେଇ ଘୋଷଣା କରିଛନ୍ତି I

“ପୂର୍ବ ସର୍ଭେ ଅନୁଯାୟୀ ୧.୬୪ କୋଟି ଲୋକ ମଦ ଛାଡିଛନ୍ତି। ବର୍ତ୍ତମାନ ମଦ ଛାଡିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଆମେ ଆଉ ଗୋଟେ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛୁ” ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ସନ୍ଧ୍ୟାରେ କହିଛନ୍ତି।

ମଦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଆମେ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛୁ। ମଦ ଉତ୍ପାଦନ ୟୁନିଟ୍ ଚିହ୍ନଟ କରିବା ଏବଂ ଯଥାସମ୍ଭବ ସେ ଗୁଡିକୁ ନଷ୍ଟ କରିଦେବା ପାଇଁ ବିହାର ସରକାର ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି I
ରାଜ୍ୟରେ ବହୁ ସଂଖ୍ୟକ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା ଯୋଗୁଁ ସରକାର ଙ୍କୁ ଅନେକ ସମାଲୋଚନା ର ଶିକାର ହେବାକୁ ପଡୁଛି I ଏଥିପାଇଁ ସରକାର ମଦ ବିରୋଧୀ କାର୍ଯ୍ୟକ୍ରମ କୁ ଜୋରଦାର କରିଛନ୍ତି I

ଚଳିତ ବର୍ଷ ଜାନୁଆରୀରେ ତିନୋଟି ମଦ ଦୁର୍ଘଟଣା ଘଟିଥିଲା— ​​ଯେଉଁଥିରେ ୩୭ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୫୦ ରୁ ଅଧିକ ଲୋକ ଦୃଷ୍ଟି ଶକ୍ତି ହରାଇଥିଲେ I
ବିହାରରେ କ୍ଷୀର, ମିଠା, ପନିପରିବା, ଫଳର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଆମ ପାଇଁ ଉତ୍ସାହଜନକ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
“ଏପ୍ରିଲ୍ 2016 ରେ ବିହାରରେ ମଦ ନିଷେଧାଦେଶ ଲାଗୁ କରାଯାଇଥିଲା। ଏହା ପରେ ଅନ୍ୟ କେତେକ ରାଜ୍ୟ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।”

Also Read  BJP-JD-U to contest equal number of LS seats: Shah, Nitish