କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ : କାଲିଠୁ ୨ ଦିନ ଭାରତ ବନ୍ଦ

0
536

ଆସନ୍ତାକାଲି ଏବଂ ମାର୍ଚ୍ଚ ୨୯, ୨ ଦିନ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦେଇଛି। ଏହି ଆନ୍ଦୋଳନରେ ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛି। ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ ଓ Banking Laws Amendment Bill କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ବ୍ୟାଙ୍କ ୟୁନିୟନ, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଏହାସହ କୋଇଲା, ଷ୍ଟିଲ୍‌, ତୈଳ, ଡାକ, ଦୂରସଂଚାର, ଆୟକର ବିଭାଗ ଇତ୍ୟାଦି ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ୨ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି SBI ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।

Also Read  ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ୍‌ କାର୍ଡ, ସକାଳ ୧୦ଟାରୁ ବୋର୍ଡ ୱେବସାଇଟ୍‌ରେ ହେବ ଉପଲବ୍ଧ