କୋଭିଡ୍‌ ସୁନାମି, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟୟମୁଖୀ କରିବ

0
521
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌

ଜିନିଭା: ଓମିକ୍ରନ୍‌ ଏବଂ ଡେଲ୍‌ଟା ମାମଲାର ‘ସୁନାମି’ ସାମର୍ଥ୍ୟ ଠାରୁ ଅଧିକ କାମ କରୁଥିବା ସ୍ବାସ୍ଥ୍ୟ ସେବାକୁ ଭାରାକ୍ରାନ୍ତ କରିବ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି, ଡେଲ୍‌ଟା ବିସ୍ତାର ଲାଭ କରୁଥିବା ବେଳେ ଅଧିକ ସଂକ୍ରମଣଶୀଳ ଓମିକ୍ରନ୍‌ ବିସ୍ତାର ଲାଭ କରୁଥିବାରୁ ମୁଁ ଖୁବ୍‌ ଚିନ୍ତିତ।

ଅବସନ୍ନ ସ୍ବାସ୍ଥ୍ୟ କର୍ମୀ ଉପରେ ଏହା ଅଧିକ ଚାପ ପକାଉଛି ଏବଂ ପକାଇବ ମଧ୍ୟ। ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଧ୍ୟ ଏହା ବିଧ୍ବସ୍ତମୁଖୀ କରିବ। ସ୍ବାସ୍ଥ୍ୟ ସେବା ଉପରେ ଏହି ଚାପ କେବଳ ନୂଆ କରୋନାଭାଇରସ୍‌ ରୋଗୀଙ୍କ ଯୋଗୁଁ ନୁହେଁ, କୋଭିଡ୍‌ ଯୋଗୁଁ ଅସୁସ୍ଥ ହୋଇପଡୁଥିବା ବହୁସଂଖ୍ୟକ ସ୍ବାସ୍ଥ୍ୟ କର୍ମୀଙ୍କ ଯୋଗୁଁ ବି ପଡ଼ିବ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ଉଦ୍‌ବେଗଜନକ ‘ଡେଲ୍‌ଟା ଏବଂ ଓମିକ୍ରନ୍‌ ଭେରିଏଣ୍ଟ୍‌’ ହେଉଛି ‘ଯମଜ ବିପଦ’ ଯାହା ନୂତନ ସଂକ୍ରମଣ ମାମଲାକୁ ରେକର୍ଡ ସ୍ତରକୁ ନେବା ସହ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି କରାଉଛି। ଗତ ସପ୍ତାହରେ ବିଶ୍ବବ୍ୟାପୀ ନୂତନ ସଂକ୍ରମଣ ମାମଲା ୧୧% ବୃଦ୍ଧି ପାଇଥିବା ବ‌େଳେ ବୁଧବାର ଦିନ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଫ୍ରାନ୍‌ସ୍‌ ଦୈନିକ ସଂକ୍ରମଣ କ୍ଷେତ୍ରରେ ରେକର୍ଡ କରିଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

Also Read  ସାଥୀ ହୋଇ ରାଜନୀତି କରୁଥିଲେ : ବାହା ହେବେ ଅଳ୍ପ ବୟସର ମେୟର, ଭାରତର କେଉଁଠି ଜାଣନ୍ତୁ ...?