ଖାର୍କିଭ ସହରକୁ ପୁନର୍ବାର ଦଖଲ କରିଥିବା ନେଇ ୟୁକେନ ର ଦାବି

0
863
Talks Between Russian & Ukrainian Delegations are underway
Talks Between Russian & Ukrainian Delegations are underway

ଫେବୃଆରୀ ୨୭
ଲଗାତାର ଚତୁର୍ଥ ଦିନ ପାଇଁ ୟୁକ୍ରେନ ଉପରେ ରୁଷିଆ ର ଆକ୍ରମଣ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ପ୍ରାୟ ୪,୩୦୦ ରୁଷ ସୈନ୍ୟ ନିହତ ହୋଇଛନ୍ତି। ଆହୁରି ମଧ୍ୟ ୧୪୬ ଟାଙ୍କି, ୨୭ ବିମାନ ଏବଂ ୨୬ ହେଲିକପ୍ଟର ନଷ୍ଟ ହୋଇଯାଇଛି |
ରବିବାର ସନ୍ଧ୍ୟାରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହାର ସୈନ୍ୟବାହିନୀ ଖାର୍କିଭ ସହରକୁ ପୁନର୍ବାର ଦାଖଲ କରିଛନ୍ତି I ରୁଷିଆ ର ସୈନ୍ୟମାନେ ପଳାୟନ କରିଛନ୍ତି। ଏହି ସହରର ଭିଡିଓ କିଛି ସମୟ ମଧ୍ୟରେ ରିଲିଜ୍ ହୋଇପାରେ | ଅନ୍ୟପକ୍ଷରେ, ପୋପ୍ ଫ୍ରାନ୍ସିସ୍ କହିଛନ୍ତି ଯେ ୟୁକ୍ରେନରେ ମାନବିକ ସଙ୍କଟ ଦେଖାଦେଇଛି, ତେଣୁ ଏହି ଦେଶକୁ ତୁରନ୍ତ ସାହାଯ୍ୟ କରାଯିବା ଉଚିତ୍।

ୟୁକ୍ରେନ ର ପ୍ରେସିଡେଣ୍ଟ ଜେଲେନସ୍କି କଥାବାର୍ତ୍ତା ପାଇଁ ସର୍ତ୍ତ ରଖିଲେ I ଜେଲେନସ୍କି କହିଛନ୍ତି ଯେ ଅବଶ୍ୟ ଆମେ ଶାନ୍ତି ଚାହୁଁ, ଆମେ କଥାବାର୍ତା କରିବାକୁ ଚାହୁଁ, ଯୁଦ୍ଧ ଶେଷ ହେଉ ବୋଲି ଆମେ ଚାହୁଁ। କିନ୍ତୁ ଆମେ ବ୍ରାଟିସଲାଭା, ବୁଡାପେଷ୍ଟ, ଇସ୍ତାନବୁଲ, ବାକୁରେ କଥାବାର୍ତା କରିବା ପାଇଁ ପ୍ରସ୍ତାବ ଦେଇଛୁ I

Also Read  ରୁଷର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ, ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା

LEAVE A REPLY

Please enter your comment!
Please enter your name here