ଗଙ୍ଗାରେ ବୁଡ଼ ପକାଇ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

0
604
ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

ନୂଆଦିଲ୍ଲୀ: କାଳ ଭୈରବଙ୍କ ଆରତି ସାରିବା ପରେ ମଧ୍ୟାହ୍ନ ବେଳକୁ ବାରାଣସୀର ଲଳିତ ଘାଟକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇ କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

modi ganga

ଗଙ୍ଗାରେ ବୁଡ଼ ପକାଇବା ପରେ ହିନ୍ଦୀରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଗଙ୍ଗାମାତାଙ୍କ କୋଳରେ ତାଙ୍କର ସ୍ନେହ କୃତାର୍ଥ କରିଦେଲା। ଏମିତି ଲାଗିଲା ଗଙ୍ଗାମାତାଙ୍କ କୁଳୁକୁଳୁ ତରଙ୍ଗମାଳା ସତେ ଅବା ବିଶ୍ବନାଥ ଧାମ ପ୍ରତି ଆଶୀର୍ବାଦ ପ୍ରଦାନ କରୁଛନ୍ତି। ହର ହର ମହାଦେବ। ହର ହର ଗଙ୍ଗେ।

ପ୍ରଥମେ ହାତରେ କଳସ ଧରି ସେ କାଶୀ ବିଶ୍ବନାଥ କରିଡର୍‌ ବୁଲି ଦେଖିଥିଲେ। କାଶୀ ବିଶ୍ବନାଥ କରିଡର୍‌ ପ୍ରକଳ୍ପ ବାରାଣସୀରେ ପ୍ରବାହିତ ଗଙ୍ଗାନଦୀକୂଳ ସହ କାଶୀ ବିଶ୍ବନାଥ ମନ୍ଦିରକୁ ସଂଯୋଗ କରୁଛି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଯାତ୍ରୀ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ସ୍ବାଗତ କେନ୍ଦ୍ର ଏବଂ ବୈଦିକ କେନ୍ଦ୍ର ସମେତ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ।

ପୂଜାର୍ଚ୍ଚନା ସାରି ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିର ବେଢ଼ାରେ ତିନୋଟି ବୃକ୍ଷ ରୋପଣ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ପରିମଳ କର୍ମଚାରୀଙ୍କୁ ସମ୍ମାନିତ କରି ତାଙ୍କ ସହ ଫଟୋ ଉଠାଇଥିଲେ। ଫଟୋ ଉତ୍ତୋଳନ ବେଳେ ପରିମଳ କର୍ମଚାରୀମାନେ ‘ହର ହର ମହାଦେବ’ ‌ଧ୍ବନି ଦେଇଥିଲେ। ଏହି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଡର୍‌ ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ କହିଲେ, ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି।

Also Read  PM's address to Nation on the occasion of 75th Independence Day