ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଜୟପୁର ବନ୍ଦ

0
430
ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍
ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍

ଜୟପୁର: କୋରାପୁଟ ଜିଲ୍ଲା ବାମୁଣିଗାଁର ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ଜୟପୁରରେ ପରିଲକ୍ଷିତ ହୋଇଛି। ଆଜି ସକାଳୁ ବିଜେପି ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପିକେଟିଂ କରାଯାଇଥିଲା। ସେଠାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପରିକି ଦୋକାନ ବଜାର ବି ବନ୍ଦ ଥିବା ଜଣାଯାଇଛି। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ଗଣଦୁଷ୍କର୍ମ ଅଭିଯୁକ୍ତମାନେ ଖୁଲ୍ଲମଖୁଲ୍ଲା ବୁଲୁଥିବା ବେଳେ ପୁଲିସ୍ ବିଜେଡି ନେତାଙ୍କ ଚାପରେ ସେମାନଙ୍କୁ ଗିରଫ କରୁନାହିଁ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସଦର ଥାନା ଜନୈକ ବ୍ୟକ୍ତିଙ୍କ ଘର ମଧ୍ୟକୁ ପଶି ଅଭିଯୁକ୍ତ ଲାଲୁ ବାହାଦୁର ଓ ମୀନ ବାରିକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ମହିଳା, ନିଜ ସ୍ବାମୀ ଓ ୩ ବର୍ଷର ପୁଅକୁ ନେଇ ଶୋଇଥିଲେ। ଘର ମଧ୍ୟକୁ ପଶି ଲାଲୁ ବାହାଦୁର ତାଙ୍କ ସ୍ବାମୀଙ୍କ ମୁଣ୍ଡକୁ ବନ୍ଧୁକ ଦେଖାଇଥିଲେ। ମୀନ ତାଙ୍କ ପୁଅର ବେକକୁ ଚାପି ଧରିଥିଲା। ଉଭୟଙ୍କୁ ଜୀବନରେ ମାରିବାକୁ ଧମକ ଦେଇ ମହିଳାଙ୍କୁ ଅନ୍ୟ ରୁମକୁ ଅଭିଯୁକ୍ତ ଲାଲୁ ପ୍ରଥମେ ନେଇଥିଲେ। ମହିଳା ଜଣକଙ୍କର ଇଛା ବିରୋଧରେ ଅଭିଯୁକ୍ତ ଲାଲୁ ବନ୍ଧୁକ ଦେଖାଇ ଜୀବନରେ ସ୍ବାମୀ ଓ ପୁଅକୁ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲେ। ଏହାପରେ ମୀନ ବି ଆସି ତାଙ୍କୁ ଦୁଷ୍କର୍ମ କରିଥିଲେ। ଉଭୟ ବନ୍ଧୁକ ଦେଖାଇ ଗାଁରେ କାହାରିକୁ କହିଲେ ଜୀବନରେ ମାରିବାକୁ ଧମକ ଦେଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି।

Also Read  ଉଦୟପୁର ନରହତ୍ୟା: ଅସହିଷ୍ଣୁଙ୍କ ପ୍ରତି ସହିଷ୍ଣୁ ନ ହେବା ପାଇଁ ଭାରତକୁ ପରାମର୍ଶ ଦେଲେ ଡଚ୍‌ ସାଂସଦ