“ଗାଙ୍ଗୁବାଇ କାଥିଆୱାଡି” ଫିଲ୍ମ ର ନାଁ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ

0
776
"ଗାଙ୍ଗୁବାଇ କାଥିଆୱାଡି" ଫିଲ୍ମ ର ନାଁ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ
"ଗାଙ୍ଗୁବାଇ କାଥିଆୱାଡି" ଫିଲ୍ମ ର ନାଁ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ

ଫେବୃଆରୀ ୨୩/ ଆଲିଆ ଭଟ୍ଟଙ୍କ ଅଭିନୀତ “ଗାଙ୍ଗୁବାଇ କାଥିଆୱାଡି” ରିଲିଜ୍ ପୂର୍ବରୁ ବୁଧବାର ସୁପ୍ରିମକୋର୍ଟ ଏହା ବିରୋଧରେ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲାର ପୃଷ୍ଠଭୂମିରେ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି।

ସଞ୍ଜୟ ଲୀଳା ଭନସାଲୀ ଙ୍କ ଏହି ଚଳଚିତ୍ର ଶୁକ୍ରବାର ରିଲିଜ ହେବାକୁ ଯାଉଛି।

ଚଳଚିତ୍ର ବିରୋଧରେ ଅନେକ ମାମଲା ର ଶୁଣାଣି ସମୟରେ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜେ କେ ମାହେଶ୍ୱରୀ ଫିଲ୍ମ ର ନାଁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି I
“ଫିଲ୍ମ ର ନାଁ ପରିବର୍ତ୍ତନ କରିବା ସମ୍ଭବ କି?” ବେଞ୍ଚ ପଚାରିଲା |

ପିଟିସନର ଚଳଚ୍ଚିତ୍ର ର ରିଲିଜ ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ଷ୍ଟେ ସପକ୍ଷରେ ଜୋର ଦେଇଥିଲେ। ଅନ୍ୟପକ୍ଷରେ ନିର୍ମାତା ଙ୍କ ପକ୍ଷରୁ କୁହାଯାଇଥିଲା ଯେ’ ରିଲିଜ ପାଇଁ ଅଳ୍ପ ସମୟ ବାକି ଅଛି I ତେଣୁ ନାଁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ I

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଆଇନଜୀବୀ ଅରୁଣ କୁମାର ସିହ୍ନା ଏବଂ ରାକେଶ ସିଂଙ୍କ ମାଧ୍ୟମରେ ଗଙ୍ଗବାଇ ଙ୍କ ପୋଷ୍ୟପୁତ୍ରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା I ଏଥିରେ କୁହାଯାଇଥିଲା, ଏହି ଉପନ୍ୟାସ ଏବଂ ଚଳଚ୍ଚିତ୍ର , ତାଙ୍କ ମୃତ ମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି।

Also Read  Deepika Padukone turns down Shah Rukh Khan starring film for 'Padmavati'