ଗୁଗଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ : ଆକାଉଣ୍ଟ ହ୍ୟାକ୍ ହୋଇପାରେ

0
327

ନୂଆଦିଲ୍ଲୀ: ବିଶ୍ୱରେ ଗୁଗଲ କ୍ରୋମର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ୟୁଜର୍ସଙ୍କୁ ଠକେଇର ଶିକାର ହେବାକୁ ପଡ଼ୁଛି । ଏନେଇ କେନ୍ଦ୍ର ସରକାର ଗୁଗଲ କ୍ରୋମ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଚେତାବନୀ ଜାରି କରିଛନ୍ତି ।

CERT-In ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି, ଗୁଗଲ କ୍ରୋମ ବ୍ରାଉଜରର 98.0.4758.80 ଠାରୁ ପୁରୁଣା ଭର୍ସନଗୁଡିକରେ ଅନେକ ତ୍ରୁଟି ଦେଖାଦେଇଛି। ଏଥିଯୋଗୁଁ V8ରେ ବ୍ୟବହାର କରିବା ପାଇଁ ଏହା ସୁରକ୍ଷିତ ନୁହେଁ। ଏଥିରେ ୱେବ୍‌ ଆପ୍‌, ୟୁଜର ଇଣ୍ଟରଫେସ୍‌, ସ୍କ୍ରିନ୍‌ କ୍ୟାପଚର, ଫାଇଲ୍‌ API, ଅଟୋ-ଫିଲ୍‌ ଏବଂ ଡେଭଲପର୍ବସ ଟୁଳ୍‌ ଭଳି ତ୍ରୁଟି ସାମିଲ ରହିଛି। ଏହି ସବୁ ଜିନିଷ ଆପଣଙ୍କ ଡିଭାଇସ୍ ହ୍ୟାକ୍ ହେବାର ଆଶଙ୍କା ବଢ଼ାଇଥାଏ। ବାସ୍ତବରେ ହ୍ୟାକରମାନେ ଆପଣଙ୍କ ବ୍ରାଉଜର୍ରେ ପ୍ରବେଶ କରି ଆପଣଙ୍କ ତଥ୍ୟ ଏବଂ ବ୍ୟାଙ୍କ ସହିତ ଜଡିତ ସମସ୍ତ ତଥ୍ୟକୁ ସହଜରେ ଚୋରି କରିପାରିବେ। ଏପରି ପରିସ୍ଥିତିରେ, ସୁରକ୍ଷାକୁ ଧ୍ୟାନରେ ରଖି ଗୁଗଲ୍ ଏହାର ଉପଭୋକ୍ତାମାନଙ୍କୁ ପୁରୁଣା ଭର୍ସନକୁ ଅପଡେଟ୍ କରିବାକୁ ପରାମର୍ଶ ଦେଉଛି ବୋଲି ସରକାରୀ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି।

ୟୁଜର୍ସମାନଙ୍କୁ ଗୁଗଲ କ୍ରୋମକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ପାଇଁ ହ୍ୟାକିଂର ବିପଦ ଠାରୁ ନିଜକୁ ସୁରକ୍ଷିତ ରଖିବା ଉଚିତ। ଏଥିପାଇଁ ଗୁଗଲ କ୍ରୋମକୁ ଯାଇ, ସେଠାରେ ସେଟିଙ୍ଗରେ ଥିବା ଅପଡେଟ୍‌ରେ ଦିଆଯାଇଥିବା ତଥ୍ୟକୁ ଫଲୋ କରି ନୂଆ ଭର୍ସନ୍‌କୁ ଅପଡେଟ୍‌ କରିବାକୁ ପଡିବ। ଏଭଳି କରିବା ଦ୍ୱାରା ଆପଣ ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍‌ ହେବା ଠାରୁ ସୁରକ୍ଷିତ ରଖିପାରିବେ ବୋଲି ସରକାରୀ ଏଜେନ୍ସି ଦ୍ୱାରା ଜାରି ଚେତାବନୀରେ କୁହାଯାଇଛି।

Also Read  ସାନଖେମୁଣ୍ଡି ରାଜା ତଥା ମୋହନାର ପୂର୍ବତନ ବିଧାୟକ ଡକ୍ଟର ଉଦୟ ନାରାୟଣ ଦେବଙ୍କ ପରଲୋକ

LEAVE A REPLY

Please enter your comment!
Please enter your name here