ଗୁରୁବାର ବିକି ଏବଂ କ୍ୟାଟ୍ରିନା ଙ୍କ ବାହାଘର ରାଜସ୍ଥାନ ର ବାରୱାରା ଦୁର୍ଗ ରେ ହେବ

0
534
Vicky-Kartina Marriage: Guests Start Reaching On Wedding Destinations
Vicky-Kartina Marriage: Guests Start Reaching On Wedding Destinations

ଡ଼ିସେମ୍ବର ୬
ବିକି କୌଶଲ ଏବଂ କ୍ୟାଟ୍ରିନା କାୖଫ ଗୁରୁବାର ଦିନ ବିବାହ କରିବେ I ଏହି ବାହାଘର କୁ ନେଇ ଆରମ୍ଭ ହେଇଯାଇଛି ଚର୍ଚ୍ଚା I କେତେବେଳେ ଅତିଥି ତାଲିକା କୁ ନେଇ ତା କେତେବେଳେ ସାଜସଜ୍ଜା କୁ ନେଇ I ତେବେ ସବୁଠାରୁ ବେଶୀ ଆଲୋଚନା ହେଉଛି ବାହାଘର ସ୍ଥାନ କୁ ନେଇ I
କ୍ୟାର୍ଟିନା ଏବଂ ବିକି ତାଙ୍କ ବିବାହ ଉତ୍ସବ କୁ ସ୍ମରଣୀୟ କରିବା ପାଇଁ, ଏମିତି ଏକ ସ୍ଥାନ ବାଛିଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି I ତାଙ୍କର ବାହାଘର ଅନୁଷ୍ଠିତ ହେବ ଦି ସିକ୍ସ ସେନ୍ସ ହୋଟେଲ, ଯାହା ବାରୱାରା ଦୁର୍ଗ ଭାବରେ ମଧ୍ୟ ଜଣାଶୁଣା | ଏହି ଦୁର୍ଗ ଗୋଟିଏ ଐତିହାସିକ ସ୍ଥାନ I ବାରୱାରା ଦୁର୍ଗ ପ୍ରାୟ 1451 ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଚୌହାନ ରାଜବଂଶର ଶାସକ ଭୀମ ସିଂଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଦୁର୍ଗ ଟି ରାଜସ୍ଥାନ ର ସାୱାଇ ମାଧୋପୁର ଜିଲ୍ଲାରେ ଅଛି I

ବର୍ତ୍ତମାନ ଏହା ଏକ Heritage ହୋଟେଲ ଭାବରେ ପରିଣତ ହେଇଛି I ଏହି ଦୁର୍ଗର ପରିସୀମା ପ୍ରାୟ ୧୦ ଏକର ହେବ I ଏହା ଭିତରେ ୫ ଟି ଟାୱାର ରହିଛି I

“ଅତୀତ ରେ, ଏହି ଦୁର୍ଗ ରେ ଜଳର ଉତ୍ସ ନଥିଲା। ତଥାପି ଏହାକୁ ଏକ ହୋଟେଲରେ ପରିଣତ କରିବା ପରେ ଜଳ ର ଉତ୍ସ ସୃଷ୍ଟି କରାଯାଇଛି । ଏହାପୂର୍ବରୁ ପ୍ରାଚୀନ ରାଜତ୍ୱ କାଳରେ ଗତ ଖୋଳି, ଜଳ ସଂଗ୍ରହ କରାଯାଉ ଥିଲା। ସେତେବେଳେ ଏହି ଦୁର୍ଗ ଭିତରେ ତିନୋଟି ଫାଟକ ଥିଲା କିନ୍ତୁ ଏକ ହୋଟେଲରେ ପରିଣତ ହେବା ପରେ କେବଳ ଦୁଇଟି ଫାଟକ ରଖାଯାଇଛି I
ଗୋଟିଏ ହୋଟେଲରେ ପାଞ୍ଚଟି ଅତ୍ୟାଧୁନିକ suite ରହିଛି I
ହୋଟେଲ ଭିତରେ ଦୁଇଟି ବଡ ପଡିଆ ଅଛି ଯେଉଁଠାରେ ଖୋଲା ଖାଦ୍ୟ ଏବଂ ସ୍ୱାଗତ ଶୋଭାଯାତ୍ରା ପାଇଁ ବ୍ୟବସ୍ଥା କରାଯାଇପାରିବ | ଏହି ପଡିଆ ରେ ବାହାଘର ର ଅନେକ ଗୁଡିଏ କାର୍ଯ୍ୟକ୍ରମ ପାଇଁ ସାଜସଜ୍ଜା କରାଯାଇଛି I

Also Read  'The Dirty Picture' changed my life forever, says Vidya Balan

LEAVE A REPLY

Please enter your comment!
Please enter your name here