ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

0
527

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବୈଠକ ହେବ । ଏହା ପୂର୍ବରୁ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା। ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଏକ ଘରୋଇ ଗାଡ଼ିରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି।

କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି କହିଛି, ଶୋପିଆନରେ ଏକ ଘରୋଇ ଭଡ଼ା ଗାଡ଼ିରେ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ଉତ୍ସ ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ଗତକାଲି ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶୋପିଆନ୍ ଜିଲ୍ଲାର କୀଗାମ ଅଞ୍ଚଳରେ ରଖ-ଚିଡ୍ରେନ୍ ନାମକ ଏକ ଗାଁରେ ଏହି ଘଟଣା ଘଟିଛି।

Also Read  ଆଜିଠୁ ଶୀତ ବଢ଼ିବ: କୁହୁଡ଼ି ପଡ଼ିବ