ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟାଇବାକୁ କହି ବ୍ୟବସାୟୀଙ୍କୁ ୨ କୋଟି ଟଙ୍କାର ଚୂନା ଲଗାଇଲେ ଠକ

0
1103

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟାଇବାକୁ କହି ୨ କୋଟି ଟଙ୍କାର ଠକେଇ ହୋଇଥିବାର ଜଣାପଡିଛି । ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସହ ଏହି ଠକେଇ ଦିଲ୍ଲୀରେ ହୋଇଥିବାର ଜଣାପଡିଛି । ଜଣେ ବ୍ୟବସାୟୀଙ୍କୁ ରେଳପଥ ନିର୍ମାଣ ଟେଣ୍ଡର ଦେବାକୁ କହି ଠକମାନେ ଲୁଟିନେଇଛନ୍ତି । ଆଉ ଏବାବଦରେ ଜଣାପଡିବା ପରେ ସ୍ପେଶାଲ୍ ସେଲ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ମୁମ୍ବାଇର ବ୍ୟବସାୟୀ ପ୍ରବଳ ଚୌଧୁରୀ ତିନି ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ଗୃହମନ୍ତ୍ରୀଙ୍କୁ ଭେଟିବା ଏବଂ ରେଳବାଇରେ ଟେଣ୍ଡର ଦେବାକୁ କହି ଏହି ଠକେଇ କରାଯାଇଥିଲା। ବ୍ୟବସାୟୀଙ୍କ କହିବାନୁସାରେ ରାହୁଲ ଶାହା, ଅନିଷ ବନସଲ ଏବଂ ବ୍ରିଜେଶ ରତନ ନାମକ ବ୍ୟକ୍ତିମାନେ ଦୁଇ କୋଟି ଟଙ୍କା ଠକେଇ କରିଛନ୍ତି।

Also Read  ଓଡିଶା ୪୨୮ ନୂଆ କୋଭିଡ କେଶ: ପଜିଟିଭିଟି ହାର 0.୮୧ %