ଗୋଆ QS କନ୍‌କ୍ଲେଭ୍‌ରେ ସୋଆର ଯୋଗଦାନ

0
749
ଗୋଆ QS କନ୍‌କ୍ଲେଭ୍‌ରେ ସୋଆର ଯୋଗଦାନ
ଗୋଆ QS କନ୍‌କ୍ଲେଭ୍‌ରେ ସୋଆର ଯୋଗଦାନ

ଭୁବନେଶ୍ୱର: ୧୬/୩: ଜାତିସଂଘର ଉପଯୁକ୍ତ ବିକାଶ ଲକ୍ଷ୍ୟ (ସସ୍‌ଟେନେବଲ୍ ଡେଭଲପ୍‌ମେଂଟ ଗୋଲ୍ସ)ହାସଲ କରିବା ଦିଗରେ ଉନ୍ନତ ଏବଂ ଉତମ କାର୍ଯ୍ୟଶୈଳୀ ନେଇ ଗୋଆ ଠାରେ ଆୟୋଜିତ ଏକ ୩ ଦିନିଆ ସମ୍ମିଳନୀରେ ଦେଶର ୨୦ରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହିତ ସାମିଲ ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ।
ଉପଯୁକ୍ତ ବିକାଶ ଲକ୍ଷ୍ୟ ନେଇ ମାର୍ଚ୍ଚ ୧୦ ରୁ ୧୨ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ଏହି ସମ୍ମିଳନୀରେ “ଗୋଆ ଡିକ୍ଲାରେସନ୍‌”ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସାମିଲ ହୋଇଥିଲେ ।
ପ୍ରସିଦ୍ଧ ଏଜୁକେସନ୍ ରେଟିଂସ ସଂସ୍ଥା କ୍ୟୁଏସ୍ ଆଇଗଜ୍ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପ୍ୟାକ୍ଟ ୨୦୩୦ରେ ବିଶ୍ୱ ସ୍ତରର ବିଶେଷଜ୍ଞ ସାମିଲ ହୋଇଥିଲେ ।
ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ର ଅଧ୍ୟକ୍ଷ ଡଃ ଭୂଷଣ ପଟବର୍ଦ୍ଧନ୍ ଏହି ସମ୍ମିଳନୀରେ ଯୋଗ ଦେଇ ଉତମ ଶିକ୍ଷା ନିମନ୍ତେ ଜ୍ଞାନ, କାର୍ଯ୍ୟ, ଚରିତ୍ର ଏବଂ ମାନସିକ ଶକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କୌଣସି ପ୍ରକାର ପରିବର୍ତନ କେବଳ ଶିକ୍ଷା ଦ୍ୱାରା ସମ୍ଭବ ବୋଲି ସେ କହିଥିଲେ ।
ଏହି ସମ୍ମିଳନୀରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟିର ଉପାଧ୍ୟକ୍ଷ ଶ୍ରୀ ଅଭିନାଶ ରାୟ ଖାନ୍ନା, ହିମାଲୟାନ୍ ଏନ୍‌ଭାଇରନ୍‌ମେଂଟାଲ୍ ଷ୍ଟଡିଜ୍ ଆଣ୍ଡ କନ୍‌ଜରଭେସନ୍ ଅର୍ଗାନାଇଜେସନ୍ (ଏଚ୍‌ଇଏସ୍‌ସିଓ)ର ପ୍ରତିଷ୍ଠାତା ଡଃ ଅନୀଲ୍ ପ୍ରକାଶ ଯୋଶୀ, ଇଣ୍ଡିଆନ୍ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ଶ୍ରୀ ସୌର୍ଯ୍ୟ ଡୋଭାଲ୍ ଏବଂ ଅଷ୍ଟ୍ରେଲିଆ ସ୍ଥିତ ଇଂଟରନ୍ୟାସ୍‌ନାଲ୍ ୟୁନିଭର୍ସିଟି ଅଫ୍ କାନ୍‌ବେରାର ପୂର୍ବତନ କୁଳପତି ପ୍ରଫେସର ଲରେନ୍ସ ପ୍ରାଟ୍‌ଚେଟ ପ୍ରମୁଖ ଯୋଗ ଦେଇଥିଲେ ।
କ୍ୟୁଏସ୍ ଆଇଗଜ୍‌ର ମିଡିଲ ଇଷ୍ଟ, ଆଫ୍ରିକା ଓ ଦକ୍ଷିଣ ଏସିଆର ଆଂଚଳିକ ନିର୍ଦ୍ଦେଶକ ଡଃ ଅଶ୍ୱିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଉତରାଖଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ ଏନର୍ଜି ଷ୍ଟଡିଜ୍ ଏବଂ ତାମିଲନାଡୁ ସ୍ଥିତ କଲସଲିଙ୍ଗମ୍ ଏକାଡେମି ଅଫ୍ ରିସର୍ଚ୍ଚ ଆଣ୍ଡ ଏଜୁକେସନ୍ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) କୋ-ହୋଷ୍ଟ ରହିଥିଲେ ।
ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Also Read  Sum Hospital Mishap: Hospitals Dean and Vice Chancellor of SOA under police interrogation