ଜାନୁଆରୀ ୩୧
୪୮ ବର୍ଷ ରେ ପଦାର୍ପଣ କଲେ ବଲିଉଡର ଡିମ୍ପଲ୍ ଗାର୍ଲ ପ୍ରୀତି ଜିଣ୍ଟା I | ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରୀତିଙ୍କୁ ଗଣନା କରାଯାଏ | ସେ ଗତ କିଛି ବର୍ଷ ଧରି ‘କାଲ ହୋ ନା ହୋ’, ‘କଭି ଅଲଭିଡା ନା କେହନା’, ‘କୋଇ ମିଲ ଗୟା’, ‘ସଲାମ ନମସ୍ତେ’, ‘ଭୀର ଜାରା’ ଭଳି ଅନେକ ବଡ ବଡ ଚଳଚ୍ଚିତ୍ରରେ କାମ କରି ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିଥିଲେ |
ସେ ଏବେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଠାରୁ ଦୁରେଇ ଯାଇଛନ୍ତି I ବର୍ତ୍ତମାନ ଜଣେ ଉଦ୍ୟୋଗୀ ଭାବରେ ତାଙ୍କ କ୍ୟାରିଅରକୁ ସଜାଉଛନ୍ତି ସେ |
ପ୍ରୀତି ବର୍ତ୍ତମାନ ଆମେରିକାରେ ସ୍ୱାମୀ ଙ୍କ ସହ ରହୁଛନ୍ତି I ନିକଟରେ ସେ ସରୋଗେସି ମାଧ୍ୟମରେ ଦୁଇ ଯାଆଁଳା ଶିଶୁର ମା ହେବା ନେଇ ଚର୍ଚ୍ଚା ରେ ଥିଲେ I
ସେ ୩୧ ଜାନୁୟାରୀ ୧୯୭୫ ରେ ହିମାଚଳ ପ୍ରଦେଶର ଶିମଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତାଙ୍କ ନାମ ଦୁର୍ଗାନନ୍ଦ ଜିଣ୍ଟା ଏବଂ ନୀଲପ୍ରଭା | ପ୍ରୀତିଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ। ଯେତେବେଳେ ପ୍ରୀତିଙ୍କୁ ୧୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ | ଏହି ଦୁର୍ଘଟଣାରେ ତାଙ୍କ ମା ମଧ୍ୟ ଗୁରୁତର ଆହତ ହୋଇଥିଲେ ଯେଉଁଥିପାଇଁ ସେ ଦୁଇ ବର୍ଷ ଶଯ୍ୟାଶାୟୀ ଥିଲେ। ଅନେକ ଚିକିତ୍ସା ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଲା | ଏହି ଦୁର୍ଘଟଣା ପ୍ରୀତିଙ୍କ ଜୀବନରେ ମଧ୍ୟ ଗଭୀର ପ୍ରଭାବ ପକାଇଥିଲା |
ପ୍ରୀତି ଶିମଲାର କନଭେଣ୍ଟ ଅଫ୍ ଯେସସ ଏବଂ ମେରି ସ୍କୁଲରୁ ତାଙ୍କ ପାଠପଢା ଆରମ୍ଭ କରିଥିଲେ | ଏହା ପରେ ସେ ଶିମଲା ସେଣ୍ଟ ବେଡ କଲେଜ ରେ ଅଧ୍ୟୟନ କରିଥିଲେ | ପ୍ରୀତି ବଲିଉଡର ସବୁଠାରୁ ଶିକ୍ଷିତ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ | ସେ ଇଂରାଜୀ ସମ୍ମାନ ଏବଂ କ୍ରିମିନାଲ ସାଇକୋଲୋଜିରେ ସ୍ନାତକୋତ୍ତର କରିଥିଲେ।
୧୯୯୬ ରେ, ଜଣେ ବନ୍ଧୁଙ୍କ ଜନ୍ମଦିନ ଭୋଜିରେ ପ୍ରୀତି ଜଣେ ନିର୍ଦ୍ଦେଶକଙ୍କୁ ଭେଟିଥିଲେ ଯିଏ ତାଙ୍କୁ ଏକ ଚକୋଲେଟ୍ ର ବିଜ୍ଞାପନ ଫିଲ୍ମ ରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ | ଏହା ପରେ ପ୍ରୀତି ଅନେକ ବିଜ୍ଞାପନରେ କାମ କରିଥିଲେ | 1997 ରେ ଏକ ଅଡିସନ ସମୟରେ ଶେଖର କାପୁର ପ୍ରୀତିଙ୍କୁ ଦେଖି ତାଙ୍କୁ ଅଭିନେତ୍ରୀ ହେବାକୁ ପରାମର୍ଶ ଦେଇଥିଲେ |
ଶେଖର କାପୁର ପ୍ରୀତି ଏବଂ ହ୍ରିତିକ ରୋଶନଙ୍କ ଙ୍କୁ ନେଇ ‘ତାରା ରମ ପମ୍’ ତିଆରି କରିବାକୁ ଯାଉଥିଲେ, କିନ୍ତୁ ଏହା ବନ୍ଦ ହେଇଯାଇଥିଲା I ପରେ ପରେ ପ୍ରୀତି କୁନ୍ଦନ ଶାହାଙ୍କ ଫିଲ୍ମ ‘କିୟା କେହନା’ ରେ କାମ କରିଥିଲେ କିନ୍ତୁ ଏହି ଚଳଚ୍ଚିତ୍ରଟି ଦୁଇ ବର୍ଷ ଧରି ଅଟକି ରହିଥିଲା |
ଏହି ସମୟରେ ପ୍ରୀତି ‘ଦିଲ୍ ସେ’ ଏବଂ ସୋଲଜର ପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ ହେବାକୁ ଲାଗିଲା I
୨୦୧୬ ପ୍ରାରମ୍ଭରେ, ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆମେରିକାର ନାଗରିକ ଜନ୍ ଗୁଡ଼ନାଫ ଙ୍କୁ ବିବାହ କରିଥିଲେ |