ଚାରି ବର୍ଷ ପରେ ‘ପଠାନ’ରେ ଫେରୁଛନ୍ତି ଶାହାରୁଖ, ଫିଲ୍ମ ପାଇଁ ନେଇଛନ୍ତି ୮୫ କୋଟି ଟଙ୍କା

0
1243

ନୂଆଦିଲ୍ଲୀ : ଶାହାରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ କୁ ନେଇ ଏବେ ଚର୍ଚ୍ଚାରେ। ପରଦାରେ ନିଜର ପ୍ରିୟ ଷ୍ଟାରଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ଚାରି ବର୍ଷ ଧରି ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ଏହି ଫିଲ୍ମ ପାଇଁ କିଙ୍ଗ ଖାନଙ୍କ ଫି ସହ ଜଡିତ ଖବର ସାମ୍ନାକୁ ଆସିଛି। କୁହାଯାଉଛି, ଶାହାରୁଖ ଏହି ଫିଲ୍ମ ପାଇଁ ଏତେ ପରିମାଣର ଫି ଚାର୍ଜ କରିଛନ୍ତି ଯେ ସେ ବଲିଉଡରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି। ଖବର ଅନୁଯାୟୀ, ଶାହାରୁଖଙ୍କୁ ଫିଲ୍ମ ପଠାନ ପାଇଁ ୮୫ କୋଟି ଟଙ୍କା ଦିଆଯାଉଛି।

ତେବେ ଶାହାରୁଖ କିମ୍ବା ଫିଲ୍ମ ନିର୍ମାତା ଏହି ଫି ସମ୍ପର୍କରେ କୌଣସି ଘୋଷଣା କରିନାହାଁନ୍ତି। ଏହି ଫିଲ୍ମ ପାଇଁ ଶାହାରୁଖ ବହୁତ ପରିଶ୍ରମ କରୁଛନ୍ତି। ‘ପଠାନ’ ପାଇଁ କିଙ୍ଗଖାନ ବୁର୍ଜ ଖଲିଫା ସମ୍ମୁଖରେ ଏକ ଜବରଦସ୍ତ ଆକ୍ସନ୍ ସିନ୍ ସୁଟିଂ କରିଛନ୍ତି। ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଫିଲ୍ମରେ ଜନ୍ ଅବ୍ରହାମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ଜନ୍ ଏଥିପାଇଁ ୨୫ କୋଟି ଟଙ୍କା ଚାର୍ଜ କରିଛନ୍ତି। ସେହିପରି ଦୀପିକା ପାଦୁକୋନଙ୍କୁ ଏହି ଫିଲ୍ମ ପାଇଁ ଫି ୧୮ କୋଟି ଟଙ୍କା ଦିଆଯାଉଛି।

Also Read  ଆହୁରି ଦୁଇ ଦିନ ଥରାଇବ ଶୀତ : ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here