ଚିକିତ୍ସାରେ ଅବହେଳାରୁ ଆଶା ଦିଦିଙ୍କ ମୃତ୍ୟୁ ! ତାତିଲେ ଲୋକ

0
482
ଚିକିତ୍ସାରେ ଅବହେଳାରୁ ଆଶା ଦିଦିଙ୍କ ମୃତ୍ୟୁ
ଚିକିତ୍ସାରେ ଅବହେଳାରୁ ଆଶା ଦିଦିଙ୍କ ମୃତ୍ୟୁ

ଧର୍ମଗଡ଼ : ଗର୍ଭବତୀ ଆଶା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ । ଗର୍ଭବତୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରୁଛି । ମୃତ ମହିଳା ଜଣକ ଟେଣାପାଳି ଗାଁର ଆଶା ଦିଦି ସୁମିତ୍ରା ରାଉତ ବୋଲି ଜଣାଯାଇଛି। ସେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ।

ଗତକାଲି ସୁମିତ୍ରାଙ୍କର  ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ରେଫର କରି ଦେଇଥିଲେ। ପରିବାର ଲୋକେ ଭବାନୀପାଟଣା ନେଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ମୃତଦେହ ଧରି ଆମ୍ବୁଲାନ୍ସ ଫେରୁଥିବା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକ ଡାକ୍ତରଖାନା ସମ୍ମୁଖରେ ଗାଡ଼ିକୁ ଅଟକାଇଥିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଉତ୍ତ୍ୟକ୍ତ ଲୋକେ  ।

ଏଥିସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସୁମିତ୍ରାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଧର୍ମଗଡ଼-ରାୟପୁର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୁଲିସ୍‌ ଅଧିକାରୀ, ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ  ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି।

Also Read  Kashi Tamil Sangamam Has Built A Remarkable Knowledge Bridge Between Kashi And Tamil Nadu: Dharmendra Pradhan