ଚୁଲିକୁ ଗଲା କରୋନା କଟକଣା : ବିଚ୍‌ରେ ଅସମ୍ଭାଳ ଭିଡ

0
352
ବିଚ୍‌ରେ ଅସମ୍ଭାଳ ଭିଡ
ବିଚ୍‌ରେ ଅସମ୍ଭାଳ ଭିଡ

ଗୋଆ: ଆସିଛି ନୂଆବର୍ଷ। ତେବେ ବଢ଼ୁଥିବା କରୋନା ସଂକ୍ରମଣ ଭିତରେ ନୂଆବର୍ଷ ପାଳନ ଓ ଭିଡ ଜମାଇବା ଉପରେ ବିଭିନ୍ନ କଟକଣା ଲାଗୁ ହୋଇଛି। କିନ୍ତୁ ଏହି କଟକଣା ଏବେ ଚୁଲିକି ଯାଇଛି। ସରକାରଙ୍କ କରୋନା କଟକଣାକୁ ଫୁ’ କରି ଉଡାଇ ଦେଇଛନ୍ତି ଲୋକେ। ସମୁଦ୍ରକୂଳେ ଜମଛି ଅସମ୍ଭାଳ ଭିଡ। ଗୋଆର ବାଗା ବିଚ୍‌ରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗୋଆରେ ଏବେ କରୋନା ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏହାରି ଭିତରେ ଗତକାଲି ରାଜ୍ୟର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଡିସେମ୍ବର ଶେଷ ଆଡୁକୁ ଗୋଆରେ ପର୍ଯ୍ୟଟକଙ୍କ ଭିଡ ଜମିବା ଆରମ୍ଭ କରିଛି। ଅନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବା ପାଇଁ ଏଠାରେ ଡେରା ପକାଇଛନ୍ତି। ଗତକାଲି ଗୋଆର ପ୍ରସିଦ୍ଧ ବାଚା ବିଚ୍‌ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ ଜମିଥିଲା। ହଜାର ହଜାର ସଂଖ୍ୟାରେ ଲୋକ ଜମିଥିବା ନଜର ଆସିଥିଲେ।

ଗାଡି ଚଳାଚଳ ବି ମୁସ୍‌କିଲ୍‌ ହୋଇପଡିଥିଲା। ରାସ୍ତା ଉପରେ ପ୍ରାୟ୨ କିଲୋମିଟର ଯାଏ ଗାଡିଗୁଡିକର ଲମ୍ବା ଲାଇନ୍‌ ଲାଗିଥିଲା। ସେହିପରି ପର୍ଯ୍ୟଟକମାନେ ମଧ୍ୟ ରାସ୍ତା ଉପରେ ହାଉଜାଉ ହେଉଥିଲେ। କେବଳ ସେତିକି ନୁହେଁ ସମୁଦ୍ରକୂଳେ ପାଦ ରଖିବାକୁ ମଧ୍ୟ ସ୍ଥାନ ନଥିଲା। ଏହି ପୂରା ଘଟଣାର ଭିଡିଓକୁ Herman_Gomes ନାମକ ଏକ ଟ୍ୱିଟର ୟୁଜର୍ସ ନିଜ ଆକାଉଣ୍ଟରେ ଶେଆର କରିଛନ୍ତି। ଏହାକୁ ଶେଆର କରି ସେ ‘କରୋନା ୱେଭ୍‌କୁ ରାଜକୀୟ ଢ଼ଙ୍ଗରେ ସ୍ୱାଗତ’ ବୋଲି ଲେଖିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ଗୋଆରେ ରବିବାର କରୋନାର ୩୮୮ଟି ପଜିଟିଭ ମାମଲା ରେକର୍ଡ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା ୮୧ ହଜାର ୫୭୦ରେ ପହଞ୍ଚିଛି। ବର୍ତ୍ତମାନ ଯାଏଁ କରୋନାରେ ଆକ୍ରାନ୍ତ ୩୫୨୩ ପ୍ରାଣ ହରାଇଛନ୍ତି।

Also Read  କପାଳରେ ଛୋଟ ଛୋଟ ବ୍ରଣ ହୋଇଛି କି ? ଏହି ୭ଟି ଘରୋଇ ଉପାୟ କରନ୍ତୁ , ସୁଫଳ ମିଳିବ....