ଚେତା ପଶିଲା ଗଣଶିକ୍ଷା ବିଭାଗର, ପିଲା କାହିଁକି ପାଠ ପଢା ଛାଡୁଛନ୍ତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ

0
272
୩ରୁ ଖୋଲିବ ପ୍ରାଥମିକ ସ୍କୁଲ
୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ଚେତା ପଶିଲା ଗଣଶିକ୍ଷା ବିଭାଗର । ଚାଳିଶ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ପରେ ଏବେ ନିଦ ଭାଙ୍ଗିଛି ଗଣଶିକ୍ଷା ବିଭାଗର । ଏବେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଛନ୍ତି ତାଙ୍କୁ କେମିତି ବୁଝାଇ ସୁଝାଇ ସ୍କୁଲ ପିଣ୍ଡାକୁ ଡକାଯାଇପାରିବ ସେ ନେଇ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି। ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଏକ ଚିଠି ଲେଖି ବିହିତ ପଦକ୍ଷେପ ନେବାକୁ କହିଛନ୍ତି । ଅଧାରୁ ପାଠପଢ଼ା ଛାଡିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ ସେ ନେଇ ସ୍କୁଲକୁ ଆସୁଥିବା ବିଦ୍ୟାର୍ଥୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରିବାକୁ ସଚିବ କହିଛନ୍ତି।

ସେହିପରି ସ୍କୁଲରେ ନିୟୋଜିତ ହୋଇଥିବା ଜୁନିୟର ଶିକ୍ଷକମାନେ ଅନୁପସ୍ଥିତ ରହିଥିବା ବା ଅଧାରୁ ପାଠ ପଢାଛାଡିଥିବା ଛାତ୍ରମାନଙ୍କ ଘରକୁ ଯାଇ ପିଲା କେଉଁ କାରଣ ପାଇଁ ଅନୁପସ୍ଥିତ ରହୁଛି ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ସଂପକ୍ତ ଶିକ୍ଷକ ଅଭିଭାବକଙ୍କ ଆଗରେ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାର ଲାଭ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ମାଗଣା ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରବୃୃତ୍ତି ଯୋଗାଇବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରିବା ଉଚିତ ବୋଲି ସଚିବ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ୪୩ ହଜାର ୪୮୯ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଫର୍ମ ପୂରଣ କରି ପରୀକ୍ଷା ଦେଇନଥିଲେ । ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ପ୍ରତିବର୍ଷ ପ୍ରାୟ ଛାତ୍ରଛାତ୍ରୀ ଡ୍ରପ ଆଉଟ ହୁଅନ୍ତି । ହେଲେ କେଉଁ କାରଣ ପାଇଁ ପିଲା ପାଠ ପଢା ଛାଡୁଥିଲେ ତାର ଉତ୍ତର ଦେଇନଥିଲେ । କିନ୍ତୁ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅନେକ ପିଲା ପରିବାରର ଶୋଚନୀୟ ଆର୍ଥିକ ଅବସ୍ଥା ପାଇଁ ଦାଦନ ଖଟିବାକୁ ପଳାଇଥିଲେ। ଏହାପରେ ଗଣଶିକ୍ଷା ସଚିବ ଜିଲ୍ଲାପାଳଙ୍କୁ ଏପରି ଚିଠି ଲେଖିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ଏକ ନ୍ୟୁଜ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ କହିଥିଲେ, କରୋନା ପାଇଁ ଅଷ୍ଟମରୁ ଛାତ୍ରଛାତ୍ରୀଙ୍କୁ ସିଧା ଦଶମକୁ ଉନ୍ନୀତ ହୋଇଥିଲେ। ସେପଟେ ପ୍ରତିବର୍ଷ ପ୍ରଥମ ଶ୍ରେଣୀରେ ପ୍ରାୟ ଆଠଲକ୍ଷ ପିଲା ନାମ ଲେଖାଇଥାନ୍ତି । କିନ୍ତୁ ଦଶମ ବେଳକୁ ପ୍ରାୟ ୫ରୁ ୬ ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତି । ଅର୍ଥାତ ପ୍ରତିବର୍ଷ ପ୍ରାୟ ଦୁଇଲକ୍ଷ ପିଲା ଡ୍ରପଆଉଟ ହୋଇଥାନ୍ତି ।

Also Read  ପଞ୍ଚମ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଜାରି : ବାଚସ୍ପତିଙ୍କୁ ଘେରିଲେ କଂଗ୍ରେସ ବିଧାୟକ, ୪ଟା ଯାଏଁ ଗୃହ ମୁଲତବୀ

LEAVE A REPLY

Please enter your comment!
Please enter your name here