ଛୁଟି ନ ମିଳିବାରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ

0
439

ଯୋଧପୁର,୧୨/୦୭: ଛୁଟି ନ ମିଳିବାରୁ ଜଣେ ସିଆର୍‌ପିଏଫ୍‌ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ନରେଶ ଜାଟ। ଆତ୍ମହତ୍ୟା ପୂର୍ବରୁ ନରେଶ ଉପରିସ୍ଥ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ ପାଇଁ ପତ୍ନୀ ଓ ଝିଅଙ୍କୁ ଘରେ ୧୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖିଥିଲେ। ପୁଲିସ ଓ ପ୍ରଶାସନ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଏହାପରେ ସେ ୪ ଅଧିକାରୀଙ୍କ ସମ୍ମୁଖରେ ଆତ୍ମହତ୍ୟା କରିଥିଲେ । ତାଙ୍କୁ ପ୍ରଥମେ ସଂକଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜସ୍ଥାନର ଯୋଧପୁରସ୍ଥିତ ପାଲଡ଼ି ଖିଚିୟାନ ଅନ୍ତର୍ଗତ ସିଆର୍‌ପିଏଫ୍‌ର ନିଯୁକ୍ତି ତାଲିମ କେନ୍ଦ୍ରରେ ଏହି ଘଟଣା ଘଟିଛି । ଛୁଟିକୁ ନେଇ ନରେଶ ଜାଟ ଓ ଡିଆଇଜି ଭୂପେନ୍ଦ୍ର ସିଂହଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।

Also Read  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ : କେମିତି ପାଇବେ ମାଗଣା ଚିକିତ୍ସା ? ସ୍ପଷ୍ଟ କଲେ ଆଇଟି ସଚିବ

LEAVE A REPLY

Please enter your comment!
Please enter your name here