ଜଟଣୀରେ ୧୭୦ କେଜିର ଗଞ୍ଜେଇ ଜବତ କଲା ଏସଟିଏଫ, ଜଣେ ଗିରଫ

0
829
Maoist Leader Carrying Rs.15 Lakh Bounty Detained In Maharashtra
Maoist Leader Carrying Rs.15 Lakh Bounty Detained In Maharashtra

ଭୁବନେଶ୍ବର: ଜଟଣୀରେ ୧୭୦ କେଜିର ଗଞ୍ଜେଇ ଜବତ କଲା ଏସଟିଏଫ। ଗଞ୍ଜଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଜଣକ ଜଟଣୀରେ ଥିବା ନୂଆଗାଁ ରେଗେଡି ବସ୍ତିର ବାସିନ୍ଦା ମହେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି। ବେଆଇନ ଭାବେ ଗଞ୍ଜେଇ ରଖିବା ସହ ଚାଲାଣ କରୁଥିବା ନେଇ ସୂଚନା ପାଇବା ପରେ ଏସଟିିଏଫ ଟିମ୍ ଜଟଣୀର ପିଏନ ହାଇସ୍କୁଲ ନିକଟରେ ଚଢ଼ାଉ କରିଥିଲା।

ଚଢ଼ାଉ ପରେ ମହେନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ୧୭୦ କେଜି ଗଞ୍ଜେଇ, ଗୋଟେ ସ୍ବପ୍ଟ ଡିଜାୟାର କାର ଓ କିଛି ଅପରାଧିକ ସାମଗ୍ରୀ ଜବତ କରିଛି ଏସଟିଏଫ। ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯିବ । ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ହତ୍ୟା ମାମଲା ରହିଛି। ଏନେଇ ସେ ୪ବର୍ଷ ନ୍ୟାୟିକ ହେପାଜତରେ ରହିସାରିଛନ୍ତି ବୋଲି କହିଛି ଏସଟିଏଫ।

ତେବେ ରାଜ୍ୟରେ ଗଞ୍ଜେଇ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ୨୦୨୦ରୁ ଏସଟିଏଫ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ୪୭କେଜି ବ୍ରାଉନ ସୁୁଗାର, ୮୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୧୨୧ ଡ୍ରଗ୍ ଡିଲରଙ୍କୁ ଗିରଫ କରିସାରିଛି ଏସଟିଏଫ।

Also Read  ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ