ଜନଧନ ଖାତାରେ ୧୫ ଲକ୍ଷ ପାଇ ଘର କଲେ, ଏବେ ଟଙ୍କା ଫେରାଅ କହୁଛି ବ୍ୟାଙ୍କ

0
1753

ମୁମ୍ବାଇ : ଜନଧନ ଖାତାକୁ ଆସିଲା ୧୫ ଲକ୍ଷ ଟଙ୍କା । ଏତେ ଟଙ୍କା ଦେଖି ଜଣେ ଚାଷୀ ଖୁସି ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ । ଉକ୍ତ ଚାଷୀ ଭାବିଲେ ପ୍ରଧାନମନ୍ତ୍ରୀ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିଛନ୍ତି । ତେବେ ଏହି ଟଙ୍କାରେ ନିଜର ଘର ତିଆରି କରିଦେଲେ ଚାଷୀ । ଦୀର୍ଘ ୬ମାସ ପରେ ଏବେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କାଣର ବ୍ୟାଙ୍କର କର୍ମଚାରୀ ତାଙ୍କ ଦ୍ୱାରରେ ପହଞ୍ଚିଛନ୍ତି । ଏବେ ସମସ୍ତ ଟଙ୍କା ଫେରାଅ କହିବା ସହିତ ଭୁଲିରେ ଆକାଉଣ୍ଟକୁ ଟଙ୍କା ଆସିଯାଇଥିଲା ବୋଲି ଯୁକ୍ତି ବାଢ଼ିଛନ୍ତି ।

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ବାସିନ୍ଦା ଜ୍ଞାନେଶ୍ୱର ଓଟେ। ୨୦୨୧ ଅଗଷ୍ଟ ୧୭ ତାରିଖରେ ‘ବ୍ୟାଙ୍କ୍‌ ଅଫ୍‌ ବରୋଦା’ରେ ଥିବା ତାଙ୍କ ‘ଜନଧନ ଆକାଉଣ୍ଟ’କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା। ଏହାଦେଖି ସେ ଚକିତ ହୋଇପଡିଥିଲେ। ବିସ୍ମିତ ଜ୍ଞାନେଶ୍ୱର କିଛି ମାସ ଅ‌ପେକ୍ଷା କଲେ କିନ୍ତୁ, ଆକାଉଣ୍ଟରୁ ଟଙ୍କା ଫେରସ୍ତ ନିଆଗଲା ନାହିଁ କି, ଏ ସଂକ୍ରାନ୍ତରେ କେହି ତାଙ୍କ ସହ କ‌ୌଣସି ପ୍ରକାର ଯୋଗାଯୋଗ କଲେ ନାହିଁ।

ଏହାପରେ ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଟ୍ରାନ୍‌ସ୍‌ଫର୍‌ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ସେ ଭାବିଲେ। ବେଶ୍‌ ଖୁସିରେ ସେ ନିଜ ପାଇଁ ଏକ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇଲେ। ନିଜ ପାଇଁ ଏକ ଘର ମଧ୍ୟ ତୋଳିଦେଲେ। ହେଲେ ଟଙ୍କା ଆସିବାର ୬ମାସ ପରେ ଏବେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି। ଟଙ୍କା ଫେରାଇବା ପାଇଁ ହଠାତ୍‌ ବ୍ୟାଙ୍କରୁ ଆସିଥିବା ନୋଟିସ୍‌ ଦେଖି ଜ୍ଞାନେଶ୍ୱର ଅବାକ୍‌ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ଥିବା ବାକି ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଫେରାଇ ନେଇଛି। କିନ୍ତୁ, ଏବେ ବ୍ୟାଙ୍କ୍‌ କର୍ମଚାରୀମାନେ ଜ୍ଞାନେଶ୍ୱରକୁ ବଳକ ୯ ଲକ୍ଷ ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି।

ପକୃତ କଥା ହେଲା, ମହାରାଷ୍ଟ୍ରର ଏକ ପିମ୍ପଲ୍‌ୱାଡ଼ି ଗ୍ରାମ ପଞ୍ଚାୟତ ପାଇଁ ଆବଣ୍ଟିତ ଉକ୍ତ ଟଙ୍କା ଭୁଲ୍‌କ୍ରମେ ଜ୍ଞାନେଶ୍ୱରଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା। କିଛି ମାସ ପରେ ବ୍ୟାଙ୍କର ଅଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ୍‌ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଇଛି। ସେତେବେଳକୁ ୫ ମାସ ବିତି ଗଲାଣି।

Also Read  ରାସ୍ତା ଉପରେ ଜଣେ ଅଧ୍ୟାପିକା ଙ୍କୁ ପୋଡି ମାରିଥିବା ଯୁବକ ଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ