ଜାତୀୟ ପୁରୁଷ ହକି ଦଳ (ସିନିଅର) ନଭେମ୍ବର ୧୪ ରେ ଭୁବନେଶ୍ୱର ରେ ପହଂଚିବେ

0
743
ଜାତୀୟ ପୁରୁଷ ହକି ଦଳ (ସିନିଅର) ନଭେମ୍ବର ୧୪ ରେ ଭୁବନେଶ୍ୱର ରେ ପହଂଚିବେ

ନଭେମ୍ବର ୧୩

ଜାତୀୟ ପୁରୁଷ ହକି ଦଳ (ସିନିଅର) ନଭେମ୍ବର ୧୪ ରେ ଭୁବନେଶ୍ୱର ରେ ପହଂଚିବେ I ଏଠାରେ ହେବ ଢାକା ରେ ହେବାକୁ ଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି I ୩୦ ଜଣିଆ ସମ୍ଭାବ୍ୟ ଖେଳାଳି ଭୁବନେଶ୍ୱର ରେ ହେବାକୁଥିବା କୋଚିଂ ଶିବିର ରେ ଯୋଗ ଦେବେ I
ସେଥିପାଇଁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ହକି ଦଳର ଭାରତୀୟ ଖେଳାଳିମାନେ ରବିବାର (ନଭେମ୍ବର 14) ଭୁବନେଶ୍ୱରରେ ପହଞ୍ଚିବେ।
ସମ୍ଭାବ୍ୟ ତାଲିକା ରେ ଥିବା ମୋଟ ୩୦ ଜଣ ଖେଳାଳି ଏଠାରେ ଟ୍ରେନିଂ ନେବେ ଏବଂ ଏହି ଟ୍ରେନିଂ ଡ଼ିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ I
କୋଚିଂ କ୍ୟାମ୍ପ ବିଷୟରେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ କହିଛନ୍ତି, “ଭୁବନେଶ୍ୱରରେ ସିନିୟର ପୁରୁଷ ଦଳ ଟ୍ରେନ କରିବା ଭଲ ହେବ କାରଣ ଏଠାରେ ପାଗ ପ୍ରାୟ ଢାକା ସହ ସମାନ। ତେଣୁ ଦଳ କୁ ଏଠାରେ ତାଲିମ ଦେବା ଭଲ ହେବ I ‘

ସେ ଆହୁରି ମଧ୍ୟ କହିଛନ୍ତି, ‘ ସିନିୟର ଏବଂ ଜୁନିୟର ଖେଳାଳି ଙ୍କ ମଧ୍ୟରେ କିଛିଟା ମ୍ୟାଚ ମଧ୍ୟ ଏଠାରେ ଖେଳI ଯିବ I ଯାହା
ଜୁନିୟର ପୁରୁଷ ବିଶ୍ୱକପ ପାଇଁ ଆମର ପ୍ରସ୍ତୁତିରେ ନିଶ୍ଚିତ ସାହାଯ୍ୟ କରିବ I ‘

ସମ୍ଭାବ୍ୟ ତାଲିକା ରେ ଥିବା ୩୦ ଜଣ ଖେଳାଳି:

ଗୋଲକିପର: PR ଶ୍ରୀଜେଶ, କ୍ରିଷନ ବି ପାଠକ, ସୁରଜ କରକେରା |

ଡିଫେଣ୍ଡର: ହରମନପ୍ରୀତ ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ବରୁଣ କୁମାର, ଗୁରିନ୍ଦର ସିଂ, ଜରମନପ୍ରୀତ ସିଂ, ନୀଲମ ସଞ୍ଜୀବ ଜେସ, ଦୀପସନ ତିର୍କି, ମନଦୀପ ମୋର୍, ଆଶିଷ କୁମାର ଟପ୍ନୋ, ସୁମନ ବେକ୍।

ମିଡଫିଲ୍ଡର: ମନପ୍ରୀତ ସିଂ, ନୀଲକାନ୍ତ ଶର୍ମା, ସୁମିତ, ହାର୍ଦ୍ଦିକ ସିଂ, ଜସକରନ ସିଂ, ରାଜ କୁମାର ପାଲ |

ଫରୱାର୍ଡ଼:: ସିମ୍ରନଜିତ ସିଂ, ଗୁରୁଜନ୍ତ ସିଂ, ମନଦୀପ ସିଂ, ଶ୍ୟାମଶର ସିଂ, ଲଲିତ କୁମାର ଉପାଧ୍ୟୟ, ଆକାଶଦୀପ ସିଂ, ଗୁରସାହିବଜିତ୍ ସିଂ, ଶିଲାନନ୍ଦ ଲାକ୍ରା, ଦିଲପ୍ରୀତ ସିଂ। (ବିବେକ ସାଗର ପ୍ରସାଦ ବର୍ତ୍ତମାନ ଜୁନିଅର କ୍ୟାମ୍ପରେ ଯୋଗ ଦେଉଛନ୍ତି) |

ଦ ବର୍ତ୍ତମାନ ଜୁନିଅର କ୍ୟାମ୍ପରେ ଯୋଗ ଦେଉଛନ୍ତି) |

Also Read  Utkal Diwas to be celebrated with the unveil of series of projects to benefit people of Odisha by BJP