ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ

0
576
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲାରେ ଅଧିକ ଫୋକସ

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଟେଷ୍ଟିଙ୍ଗ ଠିକ ଭାବରେ ହେଉନାହିଁ ବୋଲି ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ନିର୍ଦେଶକ  ପ୍ରତିକ୍ରିୟା ରଖିଛନ୍ତି।  ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି। ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଙ୍ଗ ନିୟମିତ ଚାଲୁ ରହିଛି। ରାଜ୍ୟରେ ଟେଷ୍ଟିଙ୍ଗ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି।

ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ୦.୪ ପ୍ରତିଶତ। ପ୍ରତି ଲକ୍ଷରେ କୋଭିଡ଼ ଟେଷ୍ଟିଙ୍ଗ ଦେଶରେ ପ୍ରତି ଲକ୍ଷରେ ହାରାହାରି ୨୬୮୫ ରହିଥିବା ବେଳେ ଓଡ଼ିଶାରେ ୪୫୪୨ ଅଛି। ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ଗତକାଲି ଓଡ଼ିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି।

ଓମିକ୍ରନକୁ ନେଇ ଡବ୍ଲୁ ଏଚ ଓ କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ସାଂଘାତିକ ହେବାର ସୂଚନା ମିଳିନାହିଁ। ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି, ସେମାନଙ୍କ ନେଇ ବିଶ୍ଲେଷଣ ଚାଲିଛି। ଯଦି କୌଣସି ଲୋକ ଆସିଛନ୍ତି, ସେମାନେ କୋଭିଡ ଟେଷ୍ଟ କରାଇ ନେବାକୁ ନିବେଦନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Also Read  India reports 35 K covid-19 cases and 440 deaths in a day