ଜାମତାରା ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ରାଜଧାନୀରୁ ଧରିଲା କ୍ରାଇମବ୍ରାଞ୍ଚ

0
379

ଭୁବନେଶ୍ୱର : ଆଖି ପିଛୁଳାକେ ଖାଲି କରି ଦେଉଥିଲେ ଆକାଉଣ୍ଟ । ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଝାଡ଼ଖଣ୍ଡରୁ ଅପରେଟ କରି ସମଗ୍ର ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ଆକାଉଣ୍ଟ ଖାଲି କରିବାରେ ମାହିର ଜାମତରା ଗ୍ୟାଙ୍ଗର ୩ ସଦସ୍ୟ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ସାଇବର ଟିମ୍ ହାତରେ ଧରାପଡ଼ିଛନ୍ତି ଏହି ଗ୍ୟାଙ୍ଗର ୩ ଲୁଟେରା।

ଭୁବନେଶ୍ୱରରେ ରହିଛି ଜାମତରା ଗ୍ୟାଙ୍ଗର ବଡ଼ ନେଟଓ୍ୱର୍କ । ଏହି ଗ୍ୟାଙ୍ଗର କିଛି ସଦସ୍ୟ ପୂର୍ବରୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ବେଳେ ଏବେ ରାଜଧାନୀରୁ ବନ୍ଧା ହୋଇଛନ୍ତି ୩ ଜଣ।  ଭାରତରେ କାୟା ବିସ୍ତାର କରିଥିବା ଏହି ଟିମ୍‌ ରାଜଧାନୀରେ ଏକ ବଡ଼ ଧରଣର ଲୁଟ୍‌ କରିବାକୁ ଯୋଜନା କରିଥିଲେ।  ଗିରଫ ୩ ଜଣଙ୍କଠାରୁ ଅନେକ ଲୁଟ୍‌ର ପର୍ଦ୍ଦାଫାସ କରିବାକୁ ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ଜାମତରା ଗ୍ୟାଙ୍ଗ ଝାଡ଼ଖଣ୍ଡର ହୋଇଥିବା ବେଳେ ସେଠାରୁ ପୂରା ଦେଶରେ ନିଜ ଜାଲ ବିଛାଇଛନ୍ତି। ଏପରିକି ସେମାନେ ସାଇବର ଏକ୍ସପର୍ଟଙ୍କ ସମେତ ବହୁ ଶିକ୍ଷିତ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ଲୁଟ୍‌ରେ ବ୍ୟବହାର କରୁଥିବା ଜଣାଯାଇଛି। ଏପରିକି ଆଖି ପିଛୁଳାକେ  ୟୁପିଆଇ ଫ୍ରଣ୍ଡ, କ୍ରେଡିଟ କାଡ ଫ୍ରଡ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ଜାମତରା ଗ୍ୟାଙ୍ଗ ଝାଡ଼ଖଣ୍ଡର ହୋଇଥିବା ବେଳେ ସେଠାକୁ ଯାଇ କିନ୍ତୁ ଏହି ଗ୍ରୁପ୍‌ ସଦସ୍ୟଙ୍କୁ ଗିରଫ କରିବା କାଠିକର ପାଠ। କାରଣ ସ୍ଥାନୀୟ ବାସିନ୍ଦା ଏହି ଗ୍ରୁପ୍‌କୁ ସପୋର୍ଟ କରୁଥିବା ବେଳେ ସେମାନେ ପୁଲିସ୍‌ ସହ ମୁହାଁମୁହିଁ ହେବାକୁ ମଧ୍ୟ ପଛାନ୍ତି ନାହିଁ। ତେଣୁ  ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ବାନ୍ଧିବା କାଠିକର ପାଠ ହୋଇପଡ଼ୁଛି ।

ଓଡ଼ିଶାର ୬ଟି ଜାଗାରୁ ସାଇବର ଲୁଟେରା ଅପରେଟ କରୁଛନ୍ତି। ପୂର୍ବରୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ଜାମତରା ଗ୍ୟାଙ୍ଗ ସଦସ୍ୟ । ଏବେ ରାଜଧାନୀରୁ ୩ ଜଣ ଠାବ ହେବା ପରେ ବଢ଼ିଛି ଚିନ୍ତା। ସେମାନେ ରାଜଧାନୀକୁ କେବେଠୁ ଆସିଥିଲେ, କ’ଣ ଯୋଜନା କରିଥିଲେ , କାହାକୁ ସାମିଲ କରିଥିଲେ, ନୂଆ ନିଯୁକ୍ତି କରିବାକୁ ଆସିଥିଲେ କି ଆଦି ଉପରେ ତନାଘନା ଚଳାଇଛି ସାଇବର ଟିମ୍‌।

Also Read  ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ, ଲସ୍କର ପାଇଁ କରୁଥିଲେ କାମ

LEAVE A REPLY

Please enter your comment!
Please enter your name here