ଜୁହି ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ବିବାହ ବିଷୟରେ କାହାକୁ କିଛିବି କହି ନ ଥିଲେ; କାରଣ କଣ ? ଆସନ୍ତୁ ଜାଣିବା….

0
451
ଜୁହି ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ବିବାହ ବିଷୟରେ କାହାକୁ କିଛିବି କହି ନ ଥିଲେ; କାରଣ କଣ ? ଆସନ୍ତୁ ଜାଣିବା....

ନଭେମ୍ବର ୧୩

ଜୁହି ଚାୱଲା ଆଜି ତାଙ୍କର ୫୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ଜୁହି ଜଣେ ନିର୍ମାତା ଏବଂ ଉଦ୍ୟୋଗୀ ମଧ୍ୟ | ଜୁହି ତାଙ୍କର ଫିଲ୍ମ ରେ ଅଭିନୟ କରୁଥିବା ସମୟ ରେ ବଲିଉଡ ର ପ୍ରାୟ ସବୁ ନାମିଦାମୀ କଳାକାର ଙ୍କ ସହ କାମ କରିଛନ୍ତି I ଗୋଟିଏ ସମୟରେ ସେ ଜଣେ ହିରୋଇନ ଭାବରେ ସେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରି ରେ ରାଜ କରୁଥିଲେ I
ଜୁହି 1986 ଚଳଚ୍ଚିତ୍ର ସୁଲତାନତ ସହିତ ହିନ୍ଦୀ ଚଳଚ୍ଚିତ୍ରରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ I କିନ୍ତୁ ଚଳଚ୍ଚିତ୍ରଟି ଏକ ଫ୍ଲପ୍ ଥିଲା I ଯାହା ପରେ ସେ କନ୍ନଡ ଚଳଚ୍ଚିତ୍ର ଆଡକୁ ମୁହାଁଇଥିଲେ |
ପରବର୍ତୀ ଅବସ୍ଥାରେ, ଫିଲ୍ମ ‘ କୟାମତ ସେ କୟାମତ ତକ’ ରେ ସେ ପ୍ରଥମ ବଡ ବ୍ରେକ ପାଇଥିଲେ। ଚଳଚ୍ଚିତ୍ରଟି ଖୁବ ବ୍ୟବସାୟ କଲା ଏବଂ ଏଥିରେ ଜୁହିଙ୍କ ଅଭିନୟ ମଧ୍ୟ ବହୁତ ପ୍ରଶଂସିତ ହୋଇଥିଲା | ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଦିଆଯାଇଥିଲା |
1984 ରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିବା ପରେ ସେ ଅଭିନୟରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ | ଜୁହି ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି |
1992 ରେ ‘କାରୋବାର’ ଫିଲ୍ମ ର ସୁଟିଂ ସମୟରେ ଜୁହି ଙ୍କୁ ରାକେଶ ରୋଶନ ଜୟ ଙ୍କ ସହ ଦେଖା କରାଇଥିଲେ I ଜୁହି ଚାୱଲା 1995 ମସିହାରେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ଗୁପ୍ତରେ ବିବାହ କରିଥିଲେ I ତାଙ୍କର ବିବାହ ହେବା ଘଟଣା ହଠାତ ଜଣ ପଡି ନ ଥିଲା I ଜୁହି ଗର୍ଭବତୀ ହେବାପରେ ସେମାନଙ୍କ ବିବାହ ପ୍ରକାଶ ପାଇଥିଲା।
ଜୁହିଙ୍କ ସ୍ୱାମୀ ଜୟ ମେହେଟ୍ଟା ଜଣେ ବ୍ୟବସାୟୀ, ଜୁହିଙ୍କଠାରୁ ବଡ ଥିଲେ ଏବଂ ତାଙ୍କ ମୁଣ୍ଡରେ କେଶ ନ ଥିଲା I ଏହି କାରଣରୁ ସେତେବେଳେ ଲୋକମାନେ କହୁଥିଲେ ଯେ ଜୁହି ଟଙ୍କା ପାଇଁ ଜଣେ ବୟସ୍କ ଙ୍କ ବିବାହ କରିନେଲେ ।
ଏହା ଜୟ ମେହେଟ୍ଟାଙ୍କର ଦ୍ୱିତୀୟ ବିବାହ ଥିଲା I 1990 ରେ ବିମାନ ଦୁର୍ଘଟଣାରେ ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଜୟ ଏବଂ ଜୁହି ନିକଟତର ହେଲେ |
ପରେ ଜୁହି କହିଥିଲେ , ‘ମୁଁ ସେତେବେଳେ ମୋର କ୍ୟାରିୟରର ଶୀର୍ଷ ରେ ଥିଲି | ସେହି ସମୟ ମଧ୍ୟରେ ମୁଁ ଅନେକ ଜିନିଷରେ ସଫଳତା ପାଇଥିଲି | ମୁଁ ମୋର କ୍ୟାରିୟର ଜାରି ରଖିବାକୁ ଚାହୁଁଥିଲି ଏବଂ ସେହି ସମୟ ରେ ଏହା ସବୁ ଘଟିଗଲା | ତେଣୁ, ମୁଁ ଏ ବିଷୟରେ କାହାକୁ କହି ନ ଥିଲି ଏବଂ ମୋର କାମ ଜାରି ରଖିଥିଲି |’

Also Read  ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ : ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ରାଲି

LEAVE A REPLY

Please enter your comment!
Please enter your name here