ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

0
354

ଲମତାପୁଟ : କୋରାପୁଟ ଜିଲ୍ଲା ପାଡୁଆ ଥାନା ଚମ୍ପୁଆ ଗାଁ ନିକଟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଲା ୧୨ ଚକିଆ ଟ୍ରକ୍। ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲକୁ ପଠାଇଛି। ଗୁରୁତରଙ୍କ ସ୍ବାସ୍ଥ ଅବସ୍ଥା ସଂଙ୍କଟ ପୂର୍ଣ୍ଣ ଥିବା ସୂଚନା ମିଳିଛି। ଅନେଇ ପଟେ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତୋଜନା ଦେଖାଯାଇଛି। କ୍ଷତି ପୂରଣ ଦାବି କରି ଉତ୍ୟକ୍ତ ଲୋକ ଉପଟର ରାସ୍ତାରକୁ ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ମୁତାବିକ, ବାଇକରେ ୩ ଜଣ ଯାଉଥିବା ବେଳେ ଦ୍ରୁତଗତି ମାଲ ବେଝୋଇ ୧୦ ଚକିଆ ଟ୍ରକି ଚମ୍ପଆ ଗାଁ ନିକଟରେ ଧକ୍କା ଦେଇଥିଲା। ଜୋରାଦାର ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଆରୋହୀ ଛିଟିକି ପଡିବାରୁ ତାଙ୍କ ଶରୀର ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣଙ୍କୁ ମୃତ୍ୟୁକୁ ନେଇ ଅଞ୍ଚଳରେ ଅସନ୍ତୋଷ ବାତାବରଣ ଦେଖିବାକୁ ମିଳିଛି। କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ତେବେ ଏହି ରାସ୍ତା ଅବରୋଧ ଯୋଗୁଁ ନନ୍ଦପୁର-ବିଶାଖାପାଟଣା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରୁଛି।

Also Read  ବଲିଉଡ ବାଦଶାହଙ୍କ ଆଲିସାନ ବଙ୍ଗଲାରେ ପଶିଲା ଏନସିବି : ଆରୟନଙ୍କ ପରେ ଅନନ୍ୟାଙ୍କୁ ସମନ

LEAVE A REPLY

Please enter your comment!
Please enter your name here