ଟ୍ରାନ୍ସପୋର୍ଟ ବେପାରରୁ ଆରମ୍ଭ ହେଲା ପ୍ରେମ : ଏବେ ଥାନାରେ ମୁହାଁମୁହିଁ

0
1130

ରାଜଗାଙ୍ଗପୁର : ପ୍ରଥମ ଦେଖା ସାକ୍ଷାତ ପରେ ମୋତେ ବନ୍ଧୁତା ପାଇଁ କହିଲେ। ଏହାର କିଛି ଦିନ ପରେ ବିବାହର ପ୍ରସ୍ତାବ ଦେଇ ଶାରୀରିକ ସମ୍ପର୍କ ରଖିଲେ। ହେଲେ ବିବାହ କରିବାକୁ କହିବାରୁ ଆଉ ଧରାଛୁଆଁ ଦେଲେନି । ଏପରି ସାଂଘାତିକ ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ରହୁଥିବା ଜୈନିକ ବିଧବା ମହିଳା ବୀରେନ୍ଦ୍ର ରଥ ନାମକ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ନାଁରେ ଆଣିଛନ୍ତି। ଏନେଇ ମହିଳାଜଣକ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ବ୍ୟବସାୟୀଜଣକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ମହିଳାଜଣକ ତାଙ୍କୁ ବ୍ଲାକମେଲ କରୁଥିବା କହିଛନ୍ତି।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ସହରରେ ଜୈନିକ ବିଧବା ମହିଳା ନିଜ ଝିଅ ସହ ରହୁଥିଲେ। ତାଙ୍କର ଗାଡ଼ି ବ୍ୟବସାୟ ଥିଲା। ଏଥିସହ ବୀରେନ୍ଦ୍ର ରଥଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟ ଥିଲା। ଫଳରେ ଉଭୟଙ୍କ ଦେଖା ସାକ୍ଷାତ ପରେ ଆରମ୍ଭ ହୋଇଥିବା ବନ୍ଧୁତା କ୍ରମଶଃ ପ୍ରେମ ସମ୍ପର୍କ ଆଡ଼କୁ ମୁହାଁଇଲା। ହେଲେ କିଛି ଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ପରସ୍ପର ନାଁରେ ସାଂଘାତିକ ଅଭିଯୋଗ ଆଣୁଛନ୍ତି ଉଭୟ ପକ୍ଷ ।

ଏନେଇ ପୀଡ଼ିତଜଣକଙ୍କ କହିବାନୁଯାୟୀ, ମୋର ବି ୨ଟି ଗାଡ଼ି ଚାଲୁଛି। ସେ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିବା ବେଳେ ୨୯ ଜୁଲାଇରେ ତାଙ୍କ ଅଫିସରେ ଆମର ସାକ୍ଷାତ ହେଲା। ଏହାପରେ ରାତି ରାତି ମୋତେ ଫୋନ୍‌ କରି ବନ୍ଧୁତା ବଢ଼ାଇବାକୁ ଚେଷ୍ଟା କଲେ। ଏହାପରେ ବିବାହ ପ୍ରତିଶ୍ରୁତି ଦେଇ ମୋ ସହ ଶାରୀରିକ ସମ୍ପର୍କ ରଖିଲେ। ଏପରିକି ଭୁବନେଶ୍ୱର, କୋଲକତା ଆଦି ବୁଲାଇ ନେଉଥିଲେ। କିନ୍ତୁ କିଛି ଦିନ ପରେ ବିବାହ କଥା କହିବାରୁ ଟାଳି ଚାଲିଲେ। ତେଣୁ ଥାନାର ଦ୍ୱାରସ୍ଥ ହେଉଛି।

ଅପରପକ୍ଷେ, ମହିଳାଙ୍କ ସମସ୍ତ ଅଭିଯୋଗକୁ ବୀରେନ୍ଦ୍ର ରଥ ଖଣ୍ଡନ କରିଛନ୍ତି। ଏଥିସହ ସେ କହିଛନ୍ତି, ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଯାଇଥିଲି। ହେଲେ ସେ ଧିରେ ଧିରେ ଟଙ୍କା ମାଗିଲେ। କେତେବେଳେ ୨୦ ଲକ୍ଷ ତ କେତେବେଳେ ୨ କୋଟି ମାଗିଲେ। ସେ ଆଉ କିଛି ଲୋକଙ୍କ ସହ ମଧ୍ୟ ଏପରି କରିଛନ୍ତି। ଏବେ ସେ ମୋତେ ବ୍ଲାକମେଲିଂ କରୁଛି। ମୋ ପତ୍ନୀଙ୍କୁ ଝିଅକୁ ବି ଧମକ ଦେଉଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଆଗକୁ କି ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ଆଖି।

Also Read  Muharram celebrated with a lot of fervor across Odisha

LEAVE A REPLY

Please enter your comment!
Please enter your name here