ଟ୍ୟୁସନ ସାରି ଫେରିବା ବେଳେ ଧକ୍କା ଦେଲା ହାଇୱା, ନବମ ଶ୍ରେଣୀ ଛାତ୍ରୀ ମୃତ

0
307

କେନ୍ଦ୍ରାପଡ଼ା : ହାଇୱା ଧକ୍କାରେ ନବମ ଶ୍ରେଣୀ ଛାତ୍ରୀ ମୃତ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଛାତ୍ରୀ ଜଣଙ୍କ ସ୍ଥାନୀୟ ବସପୁର୍ ଗ୍ରାମର ଗୁଣିଆ ନାୟକଙ୍କ ଝିଅ ଗୁଡ଼ି ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବସପୁର୍ ଗ୍ରାମର ଗୁଣିଆ ନାୟକଙ୍କ ଝିଅ ଗୁଡ଼ି ପୂର୍ବାହ୍ନ ଦଶଟାରେ ଟିଉସନ୍ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ହାଇୱା ତାଙ୍କୁ ପ୍ରଥମେ ଧକ୍କା ଦେଇ ପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୁଡ଼ିଙ୍କ ମୃତ୍ୟୁ ଘଟିଛି l ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Also Read  ଖେଳୁଥିବାବେଳେ ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର

LEAVE A REPLY

Please enter your comment!
Please enter your name here