ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟରକୁ କିଣିବା ପାଇଁ ଏଲନ୍ ମସ୍କଙ୍କ ଅଫର। ଟ୍ୱିଟରକୁ ୪୧ ବିଲିଅନ ଡଲାରରେ କିଣିବା ଲାଗି ଅଫର ପ୍ରଦାନ କରିଛନ୍ତି ଏଲନ୍ ମସ୍କ । ପୂର୍ବରୁ ବୋର୍ଡର ଏକ ସଦସ୍ୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ ଏଲନ ମସ୍କ ଏହି ଅଫର ଦେଇଛନ୍ତି । ଏଲନ୍ ମସ୍କ କହିଛନ୍ତି, ଟ୍ୱିଟରରେ ଖୁବ୍ ଅଧିକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି।
ଏକ ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ଏଥିପାଇଁ କମ୍ପାନୀକୁ ପ୍ରାୟ ୪୧ ବିଲିୟନ ଡଲାର(ପ୍ରାୟ ୩୧୨୦.୦୦ ବିଲିୟନ ଟଙ୍କା)ର ଅଫର ଦେଇଛନ୍ତି। ସେ କମ୍ପାନୀ ପ୍ରତି ସେୟାର କରାଯାଇଥିବା ୫୪.୨୦ ଡଲାର(ପ୍ରାୟ ୪,୧୦୦ ଟଙ୍କା) ଖର୍ଚ୍ଚ କରିବେ। ଟେସଲାର ସିଇଓ ଏଲନ୍ ମସ୍କ ୪ ଏପ୍ରିଲରେ ଟ୍ବିଟରରେ ପ୍ରାୟ ୯ ପ୍ରତିଶତ ଷ୍ଟେକ୍ ନେଇଥିଲେ। ଏହାପରେ ଟ୍ବିଟରରେ ସେୟାର କରିପାରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁସାରେ, ମସ୍କ ଟ୍ବିଟର ଚେୟାରମ୍ୟାନ୍ Bret Taylor ଲେଖିଥିବା ଲେଟରରେ କହିଛନ୍ତି,ଟ୍ବିଟରକୁ ପ୍ରାଇଭେଟ୍ କମ୍ପାନୀରେ ବଦଳାଇବାର ଦରକାର ରହିଛି।
ସେ ଚିଠିରେ ଲେଖିଛନ୍ତି, ଏଥିରେ ଇନଭେଷ୍ଟମେଣ୍ଟ କରିବା ପରେ ସେ ବୁଝିପାରିଥିଲେ, ଏହି କମ୍ପାନୀ ଏବେ ଯେପରି ଅଛି ସେଭଳି ବଢିପାରିବନି କିମ୍ବା ନିଜର ଲକ୍ଷ୍ୟକୁ ପୂରଣ କରିପାରିବେନି। ତାଙ୍କର ଏହି ଅଫର ଖୁବ୍ ବଢିଆ ଓ ଯଦି ଏହାକୁ ଗ୍ରହଣ କରାନଯାଏ ତେବେ ସେୟାର ହୋଲ୍ଡର ଭାବରେ ନିଜର ସ୍ଥିତି ବିଷୟରେ ଭାବିବେ।ଚଳିତ ବର୍ଷ ଆରମ୍ଭରୁ ମସ୍କ ଟ୍ବିଟର ବୋର୍ଡରେ ଜଏନ୍ କରିବାର ପ୍ଲାନକୁ କ୍ୟାନସେଲ କରିଦେଇଥିଲେ।: ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟରକୁ କିଣିବା ପାଇଁ ଏଲନ୍ ମସ୍କଙ୍କ ଅଫର। ଟ୍ୱିଟରକୁ ୪୧ ବିଲିଅନ ଡଲାରରେ କିଣିବା ଲାଗି ଅଫର ପ୍ରଦାନ କରିଛନ୍ତି ଏଲନ୍ ମସ୍କ । ପୂର୍ବରୁ ବୋର୍ଡର ଏକ ସଦସ୍ୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ ଏଲନ ମସ୍କ ଏହି ଅଫର ଦେଇଛନ୍ତି । ଏଲନ୍ ମସ୍କ କହିଛନ୍ତି, ଟ୍ୱିଟରରେ ଖୁବ୍ ଅଧିକ ସମ୍ଭାବନା ଅଛି ଏବଂ ସେ ଏହାକୁ ଅନଲକ୍ କରିବାକୁ ଚାହୁଁଛନ୍ତି।
ଏକ ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ଏଥିପାଇଁ କମ୍ପାନୀକୁ ପ୍ରାୟ ୪୧ ବିଲିୟନ ଡଲାର(ପ୍ରାୟ ୩୧୨୦.୦୦ ବିଲିୟନ ଟଙ୍କା)ର ଅଫର ଦେଇଛନ୍ତି। ସେ କମ୍ପାନୀ ପ୍ରତି ସେୟାର କରାଯାଇଥିବା ୫୪.୨୦ ଡଲାର(ପ୍ରାୟ ୪,୧୦୦ ଟଙ୍କା) ଖର୍ଚ୍ଚ କରିବେ। ଟେସଲାର ସିଇଓ ଏଲନ୍ ମସ୍କ ୪ ଏପ୍ରିଲରେ ଟ୍ବିଟରରେ ପ୍ରାୟ ୯ ପ୍ରତିଶତ ଷ୍ଟେକ୍ ନେଇଥିଲେ। ଏହାପରେ ଟ୍ବିଟରରେ ସେୟାର କରିପାରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ନ୍ୟୁଜ ଏଜେନ୍ସି ରଏଟର୍ସର ସୂଚନା ଅନୁସାରେ, ମସ୍କ ଟ୍ବିଟର ଚେୟାରମ୍ୟାନ୍ Bret Taylor ଲେଖିଥିବା ଲେଟରରେ କହିଛନ୍ତି,ଟ୍ବିଟରକୁ ପ୍ରାଇଭେଟ୍ କମ୍ପାନୀରେ ବଦଳାଇବାର ଦରକାର ରହିଛି।
ସେ ଚିଠିରେ ଲେଖିଛନ୍ତି, ଏଥିରେ ଇନଭେଷ୍ଟମେଣ୍ଟ କରିବା ପରେ ସେ ବୁଝିପାରିଥିଲେ, ଏହି କମ୍ପାନୀ ଏବେ ଯେପରି ଅଛି ସେଭଳି ବଢିପାରିବନି କିମ୍ବା ନିଜର ଲକ୍ଷ୍ୟକୁ ପୂରଣ କରିପାରିବେନି। ତାଙ୍କର ଏହି ଅଫର ଖୁବ୍ ବଢିଆ ଓ ଯଦି ଏହାକୁ ଗ୍ରହଣ କରାନଯାଏ ତେବେ ସେୟାର ହୋଲ୍ଡର ଭାବରେ ନିଜର ସ୍ଥିତି ବିଷୟରେ ଭାବିବେ।ଚଳିତ ବର୍ଷ ଆରମ୍ଭରୁ ମସ୍କ ଟ୍ବିଟର ବୋର୍ଡରେ ଜଏନ୍ କରିବାର ପ୍ଲାନକୁ କ୍ୟାନସେଲ କରିଦେଇଥିଲେ।