ତାଇୱାନରେ ହୋଇପାରେ ଆକ୍ରମଣ, ଚାହିଁ ବସିଛି ଚୀନ୍‌ : ଟ୍ରମ୍ପ୍‌

0
664

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନିକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଆଗାମୀ ଦିନରେ ଆକ୍ରମଣର ଟାର୍ଗେଟରେ ତାଇୱାନ ରହିଛି। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଶ ଉତ୍ସାହର ସହ ତାଇୱାନକୁ ଚାହିଁ ରହିଛନ୍ତି ବୋଲି ମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସତର୍କ କରାଇ କହିଛନ୍ତି ।

ବୁଧବାର ଦିନ ‘ଫକ୍ସ୍‌ ବିଜ୍‌ନେସ୍‌’ ସହ ସାକ୍ଷାତ୍‌କାର ବେଳେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି, ପରବର୍ତ୍ତୀ ଆକ୍ରମଣ ତାଇୱାନ୍‌ ଉପରେ। ଦେଖୁଥାଅ ତାଇୱାନ୍‌ବାସୀ, ରାଷ୍ଟ୍ରପତି ସି ଆନନ୍ଦରେ ଚାହିଁ ବସିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସିଧାସଳଖ ସମାଲୋଚନା କରି ଟ୍ରମ୍ପ୍‌ କହିଲେ, ସମ୍ଭାବ୍ୟ ତାଇୱାନ୍‌ ଆକ୍ରମଣ କଥା ତାଙ୍କ ମନକୁ ଆସୁଛି। କାରଣ କେଡ଼େ ନିର୍ବୋଧତାରେ ଆମେରିକୀୟ ଶାସନ ଚଳାଯାଉଛି । ସେମାନେ ଦେଖୁଛନ୍ତି ଆମ ନେତାମାନେ ‌ଅପାରଗ। ଅବଶ୍ୟ ଆମ ନେତାମାନେ ଏତାଦୃଶ କାମ କରୁଛନ୍ତି। ଏବେ ସେମାନଙ୍କୁ ସୁବିଧା ଜୁଟିଛି।

ଚାଇନାର ନେତାମାନେ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ବେଶ ଗୁରୁତ୍ୱର ସହ ଦେଖୁଛନ୍ତି। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଜଣେ ବିଚକ୍ଷଣ ନେତା। ଆଫଗାନିସ୍ତାନରେ ଯାହା ହେଲା ସେ ଦେଖିଛନ୍ତି। ଆମେ କିଭଳି ଆଫଗାନିସ୍ତାନ ଛାଡ଼ି ଆସିଲେ, ଆମେରିକୀୟ ନାଗରିକମାନଙ୍କୁ ଛାଡ଼ି ଆସିଲେ ସେ ଦେଖିଛନ୍ତି। ଏବେ ମଧ୍ୟ ଆଫଗାନିସ୍ତାନରୁ ଆମେରିକୀୟମାନେ ମୁକୁଳି ଆସିବାକୁ ଉଦ୍ୟମ କରୁଛନ୍ତି। ସେ ଜାଣି ପାରିଛନ୍ତି, ତାଙ୍କର ଯାହା କରିବାକୁ ଇଚ୍ଛା, ସେ ସୁଯୋଗ ଉପନୀତ।

ଅନ୍ୟପକ୍ଷରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତାଇୱାନ ରାଷ୍ଟ୍ରପତି ଟିସାଇ ଇଙ୍ଗ ୱେନ ଦୃଢ଼ ନିନ୍ଦା କରିଥିଲା। ଏପରି ଆକ୍ରମଣ ୟୁକ୍ରେନର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରିଛି। ଆକ୍ରମଣ ଯୋଗୁ ଆଞ୍ଚଳିକ ଓ ବିଶ୍ୱ ଶାନ୍ତିରେ ଥିବା ସ୍ଥିରତା ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ। ଏଥିସହ ୟୁକ୍ରେନର ସ୍ଥିତି ଠାରୁ ତାଇୱାନ ସ୍ଥିତି ସଂପୂର୍ଣ୍ଣ ଅଲଗା। ତାଇୱାନ ନିଜର ସୁରକ୍ଷା ପାଇଁ ସବୁ ପ୍ରକାରର ଚ୍ୟାଲେଞ୍ଜର ଜବାବ ଦେବାକୁ ପ୍ରସ୍ତୁତ ବୋଲି ୱେନ ଦମ୍ଭୋକ୍ତି କରିଥିଲେ। ସୂଚନାଯୋଗ୍ୟ, ତାଇୱାନକୁ ଚାଇନା ସବୁବେଳେ ନିଜର ବୋଲି କହି ଆସୁଛି। ବେଳେବଳେ ତାଇୱାନ ଉପରେ ନିଜର ବିଭିନ୍ନ ନିୟମ ବଳପୂର୍ବକ ଲଦି ଦେଉଛି।

Also Read  ରାଜଧାନୀ ରାଜରାସ୍ତାରେ ପୁଣି ରକ୍ତ ଚରିତ୍ର ଗ୍ୟାଙ୍ଗ, ମଦ ପିଇ ଉତ୍ପାତ କରୁଛନ୍ତି